ORHDC ମାମଲାରେ ମେଟ୍ରୋ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ଆଶ୍ୱସ୍ତି
ଭୁବନେଶ୍ବର: ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ବା ORHDC ମାମଲାରେ ମେଟ୍ରୋ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ଆଶ୍ୱସ୍ତି ମିଳିଛି । ଭୁବନେଶ୍ୱର ଭିଜିଲାନସ କୋର୍ଟଙ୍କ ସର୍ତ୍ତ ପୂରଣ କରି ପୀୟୂଷ ମହାନ୍ତି ଜାମିନରେ ଯାଇପାରିବେ ବୋଲି ହାଇକୋର୍ଟ ଶୁଣାଣି କରିଥିବା ତାଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏହି ମାମଲାରେ ପୀୟୂଷ ମହାନ୍ତିଙ୍କ ସମେତ ବିଧାୟକ ମହମ୍ମଦ ମୋକିମଙ୍କୁ ଭିଜିଲାନସ କୋର୍ଟ ତିନି ବର୍ଷ ଜେଲ ଏବଂ ୫୦ ହଜାର ଟଙ୍କାରେ ଦଣ୍ଡିତ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଦଣ୍ଡାଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ ମୋକିମ ଏବଂ ହାଇକୋର୍ଟ ମୋକିମଙ୍କୁ ଆଶ୍ବସ୍ତି ଦେବା ସହ ତଳ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଇଥଲେ । ଏହି ମାମାଲା ପରିଚାଳନାରେ ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯଙ୍କୁ ସିତାଂଶୁ ଦ୍ବିବେଦୀ ସାହାଯ୍ୟ କରୁଥିଲେ ।