ଥରୁରଙ୍କୁ ୬୮୨୫ ଭୋଟ୍ରେ ହରାଇ ଖଡ଼ଗେ କଂଗ୍ରେସ ସଭାପତି ନିର୍ବାଚିତ,
ନୂଆଦିଲ୍ଲୀ : ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଦଳର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଶଶୀ ଥରୁରଙ୍କୁ ୬୮୨୫ ଭୋଟ୍ରେ ପରାସ୍ତ କରିଛନ୍ତି। ଫଳାଫଳ ଘୋଷଣା ପରେ ସୋନିଆ ଗାନ୍ଧୀ ଖଡ଼ଗେଙ୍କ ବାସଭବନକୁ ମଧ୍ୟ ଯାଇ ଅଭିନନ୍ଦନ ଜଣାଇଥିଲେ। ବିଦାୟୀ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମଧ୍ୟ ଖଡ଼ଗେଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ଅଭିନନ୍ଦନ ଜଣାଇଛନ୍ତି। ରାହୁଲ ଗାନ୍ଧୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ଶଶୀ ଥରୁର ଅଭିନନ୍ଦନ ଜଣାଇଛନ୍ତି । ଡ଼ଗେଙ୍କୁ ୭୮୯୭ ଭୋଟ୍ ମିଳିଥିବା ବେଳେ ଥରୁରଙ୍କୁ ୧୦୭୨ ଭୋଟ୍ ମିଳିଛି। କଂଗ୍ରେସ ସଭାପତି ନିର୍ବାଚନରେ ୯୩୮୫ଟି ଭୋଟ୍ ପଡ଼ିଥିଲା ଏବଂ ସେଥିରୁ ୪୧୬ଟି ଭୋଟ୍ ନାକଚ ହୋଇଯାଇଥିଲା।