ଆଜିଠୁ ଅଷ୍ଟ୍ରେଲିଆରେ ଆରମ୍ଭ ହେଲା ଟି-୨୦ ବିଶ୍ୱକପ

ଆଜିଠୁ ଆରମ୍ଭ ହୋଇଛି ଆଇସିସି ଟି-୨୦ ବିଶ୍ୱକପ୍ । ଆଜିଠୁ ପ୍ରଥମ ରାଉଣ୍ଡ ପ୍ରତିଯୋଗିତା ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୨୨ ତାରିଖରୁ ଖେଳାଯିବ ସୁପର ୧୨ ରାଉଣ୍ଡ । ପ୍ରଥମ ରାଉଣ୍ଡରେ ଦୁଇଟି ଗ୍ରୁପରେ ୮ ଟି ଦଳ ରହିଛନ୍ତି । ଦୁଇଟି ଗ୍ରୁପ୍ରୁ ଦୁଇଟି ଲେଖାଏଁ ଶ୍ରେଷ୍ଠ ଟିମ ସୁପର ୧୨ ପାଇଁ ଉତିର୍ଣ୍ଣ ହେବେ ।


ତେବେ ଆଜି ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ମ୍ୟାଚ ଚାଲିଛି । ନାମ୍ବିଆ 7 ଉଇକେଟ ହରାଇ 163 ରନ୍ କରିଛି । ପୂର୍ବରୁ ଖେଳାଯାଇଥିବା ୭ଟି ଟି-୨୦ ବିଶ୍ୱକପରୁ ୨୦୦୭ରେ ଭାରତ ପ୍ରଥମ ଟୁର୍ଣ୍ଣାମେଂଟରେ ବିଜୟୀ ହୋଇଥିଲା । ୱିଷ୍ଟିଇଣ୍ଡିଜ ଦୁଇଥର ବିଜୟୀ ହୋଇଥିବା ବେଳେ ଭାରତ ସମେତ ପାକିସ୍ଥାନ, ଇଂଲଣ୍ଡ, ଆଷ୍ଟ୍ରେଲିଆ, ଶ୍ରିଲଙ୍କା ଥରଟେ ଲେଖାଏଁ ଟାଇଟଲ ହାସଲ କରିଛନ୍ତି । ପୂର୍ବଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଏଥରର ଫେଭରାଟ୍ ଟିମ୍ ବୋଲି କୁହାଯାଉଥିଲେ ବି ଇଂଲଣ୍ଡ, ଭାରତ, ପାକିସ୍ଥାନ ବି ଟ୍ରଫି ହାସଲ କରିବାର ଦକ୍ଷତା ରଖିଛନ୍ତି ।