ବଡମାଲ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ, ଟିଟିଲାଗଡର ଭାଟିପଡା ବିଜୟ
ମେଟ୍ରୋ ଟିଭି ବ୍ୟୁରୋ, ୨୬/୧୨: ସଇଁତଲା ବ୍ଲକ ଅନ୍ତର୍ଗତ ବଡ଼ମାଲ ଖେଳ ପଡିଆ ଠାରେ ୧୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି। ଏହୀ ତିନିଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସର୍ବମୋଟ ୧୨ ଟି ଫୁଟବଲ ଟିମ ଅଂଶଗ୍ରହଣ କରିଥିଲେ। ଆଜି ଫାଇନାଲ ମ୍ୟାଚରେ ଟିଟିଲାଗଡ଼ ଭାଟିପଡା ଓ ଜାମପଦର ମଧ୍ୟରେ ଲଢେ଼ଇ ହୋଇଥିବା ବେଳେ ଉକ୍ତ ମ୍ୟାଚରେ ଭାଟିପଡ଼ା ଦଳ ୪/୨ ରେ ବିଜୟୀ ହୋଇଥିଲା।
ଉକ୍ତ ଫୁଟବଲ ମ୍ୟାଚରେ ରାଜ୍ୟସରକାରଙ୍କ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ମାନଙ୍କୁ ପୁରୁସ୍କାର ବିତରଣ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗଣ୍ଡପତ୍ରପାଲି ସରପଞ୍ଚ ସୁମୁଖୀ ଭୋଇ, ଚନ୍ଦ୍ରବଦନ ପୁରୋହିତ, ମୋହନ ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଵିଵଛ ମାଝୀ, ବୈଷ୍ଣବ ତାଣ୍ଡି, ନବୀନ ସରାଫ ଓ ଦିଲୀପ ମାଝୀ ରେଫରି ଭାବେ ଖେଳ ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର ମହାନନ୍ଦ ଓ ଦୀପକ ନାଗ ଧାରା ବିବରଣୀ ପ୍ରଦାନ କରିଥିଲେ । ମୋହନ ଭୋଇ,ଅଜୟ ଭୋଇ ଓ ଦାମୋଦର ଭୋଇ କାର୍ୟ୍ୟକ୍ରମ ପରିଚାଳନା କରିଥିବା ବେଳ ଶେଷରେ ମନୀଷ ସୁନା ଧନ୍ୟବାଦ ଦେଇଥିଲେ।
Report-bishal Kumar agrawal