ସହରାଞ୍ଚଳ ଗରିବଙ୍କୁ ଜାଗା ସହ ଘର କରିବାକୁ ମିଳିବ ୨ ଲକ୍ଷ
ଭୁବନେଶ୍ବର: ସହରାଞ୍ଚଳ ଭୂମିହୀନ ଆର୍ଥିକ ଅନଗ୍ରସରଙ୍କୁ ମାଗଣା ଜମି ଅଧିକାର ସହିତ ଘର ନିର୍ମାଣ ପାଇଁ ମିଳିବ ଆର୍ଥିକ ସହାୟତା । ଯେଉଁଥିପାଇଁ ରାଜ୍ୟ ସରକାର ଜାଗା ମିଶନକୁ ଓଡ଼ିଶା ସହାରଞ୍ଚଳ ବାସଗୃହ ମିଶନ ସହ ଏକାଠି କରିବାକୁ ଯାଉଛନ୍ତି । ଆସନ୍ତା ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ରାଜକୋଟରେ ହେବାକୁ ଅର୍ବାନ ହାଉସିଂ କନକ୍ଲେଭରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ପୁରସ୍କୃତ କରିବେ ।
ସହରାଞ୍ଚଳରେ ବସ୍ତିବାସିନ୍ଦା କିମ୍ବା ସରକାରୀ ଜମିରେ ରହିଥିବା ଆର୍ଥିକ ଅନଗ୍ରସର ଯେଉଁମାନଙ୍କର ବାର୍ଷିକ ଆୟ ୧ ଲକ୍ଷ ୮୦ ହଜାର ଟଙ୍କା ଭିତରେ ସୀମିତ ସେହିମାନେ ହିଁ ଏହାର ହିତାଧିକାରୀ ଭାବେ ଚିହ୍ନଟ ହୋଇଛନ୍ତି । ମହାନଗର ନିଗମକୁ ଛାଡ଼ି ଓଡ଼ିଶା ସରକାର ରାଜ୍ୟରେ ୧୧୫ଟି ପୌରାଞ୍ଚଳର ୨ ହଜାର ୯୧୯ଟି ବସ୍ତି ପାଇଁ ଜାଗା ମିଶନ ଯୋଜନା ଲାଗୁ କହିଛନ୍ତି । ଚିହ୍ଟଟ ହୋଇଛନ୍ତି ୧ ଲକ୍ଷ ୭୨ ହଜାର ୬୫୬ ପରିବାର ।