ଡିଏସ୍ଟି ଦ୍ୱାରା ଛାତ୍ରବୃତ୍ତି ଏବଂ ଫେଲୋସିପ୍ ମିଳିବା ସୁନିଶ୍ଚିତ ହେବ
ନୂଆଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ବିଭାଗ) ବିଜ୍ଞାନ ଏବଂ ପ୍ରଯୁକ୍ତି, ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ବିଭାଗ), ଭୂ ବିଜ୍ଞାନ ବିଭାଗ, ପିଏମଓ, କାର୍ମିମ, ଜନ ଅଭିଯୋଗ, ପେନ୍ସନ, ପରମାଣୁ ଶକ୍ତି ଏବଂ ମହାକାଶ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ଡିଏସ୍ଟି ଦ୍ୱାରା ଆର୍ଥିକ ସହାୟତା ପ୍ରାପ୍ତ ପ୍ରକଳ୍ପ, ଯୋଜନା, ଛାତ୍ରବୃତ୍ତି, ଫେଲୋସିପ୍ର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବା ନିମନ୍ତେ ସାରା ଦେଶରେ ଯାଂଚ ଏବଂ ପ୍ରତିକ୍ରିୟା ନିମନ୍ତେ ଭାରତ ସରକାରଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ (ଡିଏସ୍ଟି)ର ଡାସବୋର୍ଡ ଆରମ୍ଭ କରିଛନ୍ତି ।

ମନ୍ତ୍ରୀ କହିଥିଲେ ଯେ, ଡାସବୋର୍ଡ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟରେ କୌଣସି ବି ଗୋଷ୍ଠୀ ନିମନ୍ତେ ପ୍ରତ୍ୟେକ ଯୋଜନା ଗୁଡିକର ଏବଂ କାର୍ଯ୍ୟକ୍ରମ ଗୁଡିକର ସବିଶେଷ ତଥ୍ୟ ବାସ୍ତବିକ ସମୟ ଆଧାରରେ ପ୍ରାପ୍ତ କରା ଯାଇପାରିବ ଏବଂ ଯଦି କୌଣସି ପ୍ରକାରର ପ୍ରତିକାର ଉପାୟ ରହିଛି ତେବେ ତୁରନ୍ତ ନିଆ ଯାଇ ପାରିବ । ସେ କହିଥିଲେ ଯେ, ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି / ଅନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ଜାତି ଗୁଡିକ ନିମନ୍ତେ ବୟସ ଆଧାରରେ ଏବଂ ଲିଙ୍ଗ ଆଧାରରେ ଯୋଜନା ଗୁଡିକର ଏବଂ ଛାତ୍ରବୃତ୍ତି ଗୁଡିକର ପ୍ରଭାବ ବିଶ୍ଲେଷଣ ନିମନ୍ତେ ରାଜ୍ୟ ଗୁଡିକୁ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେବା ପାଇଁ ଡାସବୋର୍ଡରେ ସନ୍ନବେଶିତ ହୋଇଛି ।
ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଡାସବୋର୍ଡ ବିଭାଗର ପରିସଂଖ୍ୟାନ ଏବଂ ତଥ୍ୟ ବିଶ୍ଲେଷଣାତ୍ମକ କ୍ଷମତା ନିର୍ମାଣ ସହିତ ବୃଦ୍ଧି ଏବଂ ଯାଂଚ କରିବା ତଥା ତଦାରଖ କରିବା ପାଇଁ ଡାସବୋର୍ଡ ହେଉଛି ଡିଏସ୍ଟିର ଏକ ଆନୁଷ୍ଠାନିକ ପ୍ରଣାଳୀ । ସେ କହିଥିଲେ ଯେ, ଏହା ଫେବୃୟାରୀ ୨୦୨୧ରେ ଜାରି ହୋଇଥିବା ନୀତି ଆୟୋଗର ନିର୍ଦ୍ଦେଶନାମା ଅନୁପାଳନରେ ରହିଛି ।
ଏହି ଡାସବୋର୍ଡର ସବୁଠାରୁ ମହତ୍ୱପୂର୍ଣ୍ଣ ପରିଣାମ ହେଉଛି, ବିଭାଗକୁ ନିଆ ଯାଇଥିବା ନିଷ୍ପତ୍ତି ଗୁଡିକର ପରିଣାମ ଏବଂ ଫଳାଫଳ ଗୁଡିକ ସମ୍ପର୍କରେ ଅବଗତ କରା ଯାଇଥାଏ, ପ୍ରକଳ୍ପ ଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥାଏ, କିମ୍ବା ନିୟମିତ ଆଧାରରେ ଏବଂ ବ୍ୟବହାରକାରୀ ମାନଙ୍କ ଅନୁକୂଳ ଉପାୟରେ ଛାତ୍ରବୃତ୍ତି / ଫେଲୋସିପ୍ ପ୍ରଦାନ କରା ଯାଇଥାଏ ।
ତଥ୍ୟ ବିଶ୍ଲେଷଣ ଏବଂ ଡାସବୋର୍ଡ ତିଆରି କରିବା ବ୍ୟତୀତ, ଡିଏସ୍ଟିର ତଥ୍ୟ ଏବଂ ରଣନୀତି ଏକକ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁଡିକର ଏବଂ କର୍ମଶାଳା ଗୁଡିକର ଆୟୋଜନ କରି ତଥ୍ୟ ଉପରେ ସଚେତନତା ସୃଷ୍ଟି କରିବାରେ ଲାଗିଛି । ଡିଏସ୍ୟୁ ବୈଜ୍ଞାନିକ, ତଥ୍ୟ ଅଧିକାରୀ ଏବଂ ଡିଏସ୍ଟିର ଅନ୍ୟ ଅଧିକାରୀ ମାନଙ୍କୁ ପଢ଼ାଇବା ନିମନ୍ତେ ଏବଂ ଆଲୋଚନା କରିବା ପାଇଁ ବିଖ୍ୟାତ ତଥ୍ୟ ବୈଜ୍ଞାନିକ ମାନଙ୍କୁ ଏବଂ ତଥ୍ୟ ଚାମ୍ପିଅନ୍ ମାନଙ୍କୁ ମଧ୍ୟ ଆମନ୍ତ୍ରିତ କରୁଛି ।
ଡିଏସ୍ଟିର ଯୋଜନା ଗୁଡିକ / କାର୍ଯ୍ୟକ୍ରମ ଗୁଡିକ ଉପରେ ଏବଂ ସାଧାରଣ ରୂପରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଷୟ ଗୁଡିକ ଉପରେ ସମ୍ବନ୍ଧିତ ଡାସବୋର୍ଡର କ୍ୟୁଆର୍ କୋର୍ଡ ସହିତ ଏକ ସାପ୍ତାହିକ ବିଷୟଗତ ପୋଷ୍ଟର ଟେକ୍ନୋଲୋଜି ଭବନର ମହତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ରଖା ଯାଇଥାଏ, ଯାହା ଫଳରେ ବୈଜ୍ଞାନିକ ମାନଙ୍କୁ ଏବଂ ଅନ୍ୟ ଅଧିକାରୀ ମାନଙ୍କୁ ଯୋଜନା ଗୁଡିକ ସମ୍ପର୍କରେ ପାରସ୍ପରିକ ଢଙ୍ଗରେ ଅବଗତ କରା ଯାଇପାରିବ ।
