ସ୍ୱାଧୀନତା ଇତିହାସର ପ୍ରକୃତ ଘଟଣାକୁ ସମ୍ମାନ ଦେବାର ବେଳ ଆସିଛି
ଆଜକୁ ଶହେବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅଞ୍ଚଳରେ ସଂଘଟିତ ହୋଇଥିବା ଐତିହାସିକ ପ୍ରଜା ଅନ୍ଦୋଳନରେ ପ୍ରାଣବଳୀ ଦେଇଥିବା ସହିଦ୍ ବାସୁ-ବିଶୁନି ତ୍ୟାଗକୁ ସ୍ମରଣ କରିଥିଲେ କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ୍ ପ୍ରାମାଣିକ କହିଛନ୍ତି
। ଏଭଳି ଏକ ନଦୀନାଳ ଘେରା ପଛୁଆ ଅଞ୍ଚଳରେ ସେ ସମୟରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ସହିଦ୍ ଦ୍ୱୟଙ୍କୁ ଅଣଦେଖା କରାଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।
ଏହି ଅବସରରେ ସହିଦ୍ଙ୍କ ସ୍ମୃତିକୁ ଉଦ୍ଜୀବିତ କରି ରଖିବାକୁ କନିକା ସହିଦ୍ ସ୍ମୃତି ସଂସଦ ପକ୍ଷରୁ ମନ୍ତ୍ରୀଙ୍କୁ କର୍ମକର୍ତ୍ତାମାନେ ଦାବିପତ୍ର ପ୍ରଦାନ କରିଥିଲେ। ସ୍ୱାଧୀନତା ଇତିହାସର ପ୍ରକୃତ ଘଟଣା ଲୋକଲୋଚନକୁ ଆଣିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ । ସଂଗ୍ରାମର ବାସ୍ତବ ଦେଶପ୍ରେମକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାକୁ ପ୍ରୟାସ ହେଉଥିବା ମନ୍ତ୍ରୀ କହିଛନ୍ତି ।
ସହିଦ୍ ସ୍ମୃତି ସ୍ତମ୍ଭ ନିକଟରେ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ସେ ଏହି ମତ ରଖିଛନ୍ତି ।