ଫାଇନାଲ୍‌ରେ ତେଲୁଗୁ ଯୋଦ୍ଧାସ୍‌କୁ ହରାଇ ଜଗରନଟ୍ସ ଚାମ୍ପିଅନ

ତେଲୁଗୁ ଯୋଦ୍ଧାସ୍‌କୁ ମାତ୍ର ୧ ପଏଣ୍ଟ୍‌ରେ ପରାସ୍ତ କରି ଓଡ଼ିଶା ଜଗରନଟ୍ସ ଖୋ ଖୋ ଲିଗ୍ ‘ଅଲ୍ଟିମେଟ୍ ଖୋ ଖୋ’ ଚାମ୍ପିଅନ ହୋଇଛି । ‘ଅଲ୍ଟିମେଟ୍ ଖୋ ଖୋ’ର ଆକର୍ଷଣୀୟ ଟ୍ରଫି ସହ ଓଡ଼ିଶା ଜଗରନଟ୍ସ ମଧ୍ୟ ୧ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଲାଭ କରିଛି।

ଏହି କୃତୀତ୍ବ ପରେ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାର ଏହି ନିଜସ୍ବ ଦଳରେ ଓଡ଼ିଶାର ଜଗନ୍ନାଥ ମୁର୍ମୁ, ଲିପୁନ ମୁଖୀ, ସିଦ୍ଧେଶ୍ବର ଟୁଡୁ, ସ୍ବୟଂପ୍ରକାଶ ପରିଜା, ସୁଭା‌ଶିଷ ସନ୍ତ୍ରା ଓ ସୁକାନ୍ତ ସିଂହ ଖେଳିଥିଲେ । ଓଡ଼ିଶା ଜଗରନଟ୍ସର ଏହି ସଫଳତା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା ପ୍ରମୁଖ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଖେଳ ଶେଷହେବାର ୧୪ ସେ‌କେଣ୍ଡ ପୂର୍ବରୁ ନିର୍ଣ୍ଣାୟକ ପଏଣ୍ଟ୍‌ ଅର୍ଜନ କରି ଜଗରନଟ୍ସ ବିଜେତା ହୋଇଛି । ଭିଡିଓ କନଫରେନ୍‌ସିଂରେ ଟ୍ରଫି ନେଇ ଭୁବନେଶ୍ବର ଆସିବେ ବୋଲି ଜଗରନଟ୍ସ ଖେଳାଳି ଓ ପ୍ରଶିକ୍ଷକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‌ଦେଇଥିବା ପ୍ରତିଶ୍ରୁତି ମଧ୍ୟ ରକ୍ଷା କରିଛନ୍ତି।

ଓଡ଼ିଶା କ୍ରୀଡ଼ା ବିକାଶ ଏବଂ ପ୍ରସାର କଂପାନି ମାଲିକାନାରେ ଥିବା ଓଡ଼ିଶା ଜଗରନଟ୍ସ ଦଳର ମୁଖ୍ୟ ପୃଷ୍ଠପୋଷକ ଭାବେ ଓଡ଼ିଶା ସରକାର ମଧ୍ୟ ନୂଆ କୀର୍ତ୍ତିମାନ କରିଛନ୍ତି।

ଜଗରନଟ୍ସ ୪୬ ପଏଣ୍ଟ୍‌ ଅର୍ଜନ କରିଥିଲା ବେଳେ ତେଲୁଗୁ ଯୋଦ୍ଧାସ୍ ୪୫ ପଏଣ୍ଟ୍‌ ପାଇ ଉପବିଜେତାରେ ସନ୍ତୁଷ୍ଟ ‌ରହିଥିଲା। ଓ