ଭାଇରାଲ ହେଉଛି ବେବି ସାର୍କ ଭିଡିଓ

ଭାଇରାଲ ହେଉଛି ବେବି ସାର୍କ ଭିଡିଓ

ମେଟ୍ରୋ ଟିଭି ଓଡିଶା,୧୫/୧: ୟୁୁଟ୍ୟୂବରେ ରେକର୍ଡ କରିଛି ଏକ ବେବି ସାର୍କ ଭିଡିଓ । ଏହି ଭିଡିଓକୁ ଦେଖିଲେଣି ୧୦ବିଲିୟନ ବା ହଜାରେ କୋଟି ଦର୍ଶକ । ଏହାପୂର୍ବରୁ ୟୁଟ୍ୟୁବରେ ଏତେ ସଂଖ୍ୟାରେ ଦର୍ଶକ କୌଣସି ଭିଡ଼ିଓ ଦେଖିନଥିଲେ । ପୂର୍ବରୁ ‘ଡେସପାସିଟୁ’ ଭିଡ଼ିଓକୁ ୭୭୦ କୋଟି ଦର୍ଶକ ଦେଖିଥିଲେ । ବେବି ସାର୍କ ଡ୍ୟାନ୍ସର ଏହି ଭିଡ଼ିଓ ସବୁଠୁ ଅଧିକ ଥର ଦେଖିଛନ୍ତି ।ବେବି ସାର୍କ ଭିଡ଼ିଓକୁ ଦକ୍ଷିଣ କୋରିଆ ଏଜୁକେସନାଲ ଏଣ୍ଟରଟେନମେଣ୍ଟ ଫର୍ମ ‘ପିଙ୍କ୍ଫଙ୍ଗ’ ପ୍ରଡ୍ୟୁସ କରିଥିଲା ।

YouTube player
source-pinkfong baby shark

କୋରିଆ-ଆମେରିକୀୟ ଗାୟକ ହୋପ୍ ସିଗୋଇନ୍ ଏହି ଗୀତକୁ ଗାଇଥିଲେ । ୨୦୧୬ରେ ଏହି ଭିଡ଼ିଓକୁ ଅପଲୋଡ କରାଯାଇଥିଲା । ନଭେମ୍ବର ୨୦୨୦ରେ ୭୦୪ କୋଟି ଦର୍ଶକ ଏହି ଭିଡ଼ିଓକୁ ଦେଖିଥିଲେ । ଭିଡ଼ିଓରେ ଦୁଇ ପିଲା ବେବି ସାର୍କ ପ୍ରଦର୍ଶନ କରୁଥିବା ବେଳେ ଆନିମେଟେଡ ସାର୍କ ରହିଛି । ଯେଉଁଥିରେ ଜେଜେବାପା ମଧ୍ୟ ସାର୍କ ଅଛନ୍ତି । ପିଲାମାନଙ୍କୁ ଶିକାର କରିବାକୁ ଚେଷ୍ଟା କରିବା ପୂର୍ବରୁ ସେମାନେ ପହଁରନ୍ତି । ତଥାପି ପିଲାମାନେ ବିଫଳ ହୁଅନ୍ତି ।