ଭୁବନେଶ୍ୱର: ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜର ସମ୍ମାନହାନି ହୋଇଥିବା ଦର୍ଶାଇ କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି । ନିଜ ବନ୍ଧୁ ତଥା ଅଭିନେତା ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି ପ୍ରକୃତି। ତେବେ ଯଦି ତୃପ୍ତି କ୍ଷମା ମାଗିବେ ତେବେ ସେ ମାମଲାରୁ ଓହରିଯିବେ ବୋଲି କହିଛନ୍ତି ।
ଏହା ସହ ତାଙ୍କ ସମ୍ମାନହାନି ହେଲା ଭଳି ଅନେକ ଭିଡିଓ ୟୁଟ୍ୟୁବରେ ପୋଷ୍ଟ କରାଯାଇଛି । ଏହି ସବୁ ଭିଡିଓ ହଟେଇବାକୁ ଆବେଦନରେ କହିଛନ୍ତି ପ୍ରକୃତି ।
ଏହା ସହ ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁରଙ୍କ ନାଁରେ ଏତଲା ଦେବା ପରେ ବି କମିଶନରେଟ୍ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ପ୍ରକୃତି ଗତକାଲି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।