ଆସୁଛି ବର୍ଷା: ଅବପାତର ରୂପ ନେଲା ଲଘୁଚାପ

ଆସୁଛି ପୁଣି ବର୍ଷା, ସଂଧ୍ୟା ସୁଦ୍ଧା ପୁଣି ଲଘୁଚାପ ବର୍ଷା ଓଡ଼ିଶାରେ ହେବ ।  ଆଇଏମଡି ଡିଜି ଏନେଇ ସୂଚନା ଦେଇଛନ୍ତି । ସଂଧ୍ୟାରେ ବାଲେଶ୍ୱର ଦେଇ ଗତି କରିବ ବର୍ଷା ।  ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶ ଦେଇ ଯିବ ଅବପାତ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଗତି କରି ଦୁର୍ବଳ ହେବ ନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।  ଏହା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଜାରି ରହଛି ବର୍ଷା । ବିଳମ୍ବିତ ରାତିରୁ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକାଳେ ଅବପାତର ରୂପ ନେଇଛି । ଆସନ୍ତାକାଲି ବର୍ଷା କମିବ ବୋଲି ସୂଚନା ରହିଛି ।

ଆଜିଠୁ ଦୁଇ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢ଼େଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼, ସମ୍ବଲପୁର,ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି,କନ୍ଧମାଳ, ଗଞ୍ଜାମ, ନୟାଗଡ଼,ଖୋର୍ଦ୍ଧା, ପୁରୀକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।