ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ମଥୁରା ଠାରୁ ଆରମ୍ଭ କରି ସାରା ଭାରତରେ ଆଜି ଉତ୍ସବମୁଖର ହୋଇଉଠିଛି । ଅଧର୍ମର ନାଶ କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରି ପୃଥିବୀ ପୃଷ୍ଣରେ ଜନ୍ମ ନେଇଥିଲେ । ଦ୍ୱାପରଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ। ଏହାଥିଲା ବିଷ୍ଣୁଙ୍କ ଶ୍ରୀକୃଷ୍ଣ ଅବତାର।

କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ କୃଷ୍ଣ ଜନ୍ମ ଲାଭ କରିଥିଲେ। ବନ୍ଦିଶାଳାରେ ମାତା–ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ। ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ଏ ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି। ମଥୁରା ବୃନ୍ଦାବନ, ଦ୍ବାରିକାରେ ମଧ୍ୟ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଧୂମଧାମରେ ପାଳନ କରାଯାଉଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଇସ୍କନ ମନ୍ଦିରରେ ଧୂମଧାମରେ ପାଳନ ହେଉଛି ଜନ୍ମାଷ୍ଟମୀ ।