ଭୁବନେଶ୍ୱର ରେଳ ଷ୍ଟେସନରେ ବିଭାଜନ ବିଭୀଷିକାର ସ୍ମରଣ ଦିବସରେ ଏକ ପ୍ରଦର୍ଶନୀ ଆୟୋଜିତ ହେବ

ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ 14 ଅଗଷ୍ଟ 2022 ରେ ଦେଶ ବିଭାଜନ ସମୟର ବିଭୀଷିକା (ଭୟ) ସ୍ମରଣ ଦିବସ ପାଳନ କରୁଛି । ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଗତ ସ୍ୱାଧୀନତା ଦିବସ ଭାଷଣରେ “ବିଭାଜନ ବିଭୀଷିକା (ଭୟ) ସ୍ମରଣ ଦିବସ ” ପାଳନ କରିବାକୁ ଘୋଷଣା କରିଥିଲେ ।


ବିଭାଜନ ସମୟରେ ବିସ୍ଥାପିତ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଦୁଖଦଃ ଓ ଦାରୁଣ ମାନସିକ ଯନ୍ତ୍ରଣାକୁ ସାମ୍ନାକୁ ଆଣିବା ପାଇଁ ବିଭାଜନ ସମୟର ଭୟାବହକୁ ସ୍ମରଣ କରିବା ପାଇଁ ଏହି ସ୍ମରଣ ଦିବସ ଧାର୍ଯ୍ୟ କରାଯାଇଛି । ଗତ ଶତାବ୍ଦୀରେ ମାନବ ଜନସଂଖ୍ୟାର ସର୍ବ ବୃହତ ବିସ୍ଥାପନ ଦେଶ ସ୍ୱାଧୀନତା ସମୟରେ କରାଯାଇଥିଲା ଯାହାକି ବହୁ ସଂଖ୍ୟକ ଲୋକଙ୍କ ଜୀବନ ହାନି ଘଟିଥିଲା ।   ବିଭାଜନ ସମୟର ବିଭିଷୀକାକୁ ସ୍ମରଣ କରିବା ପାଇଁ 14 ଅଗଷ୍ଟ 2022 ଦିନ ଭୁବନେଶ୍ୱର ରେଳ ଷ୍ଟେସନରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ ।


ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଭୀଷିକା ସ୍ମରଣ ଦିବସ ପାଳନ ଅବସରରେ 14.08.2022 (ରବିବାର) ପୂର୍ବାହ୍ନ ୧୦ ଘଟିକାରେ ଭୂବନେଶ୍ୱର ଷ୍ଟେସନ ଠାରେ ଯୋଗଦାନ କରିବେ |ମାନ୍ୟବର ସାଂସଦ (ଲୋକସଭା) ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନରେ ଉପସ୍ଥିତ ରହିବେ । 


ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପୁରୀ, ଭୁବନେଶ୍ୱର, ସମ୍ବଲପୁର ଓ ବିଶାଖାପାଟଣା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ ମାନଙ୍କ ଠାରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ କରାଯିବା ସହିତ ପ୍ରଦର୍ଶନୀ ଆୟୋଜନ କରାଯାଉଅଛି   ।