ପୂଜା ପଣ୍ଡା ଓ ବଡୁ ନିଯୋଗ ଆଲୋଚନା ପରେ ବାହାରିଲା ସମାଧାନର ରାସ୍ତା। ଆଜି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ଚାଲିଛି । ଭୋରରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହୋଇଛି । ପୂଜା ପଣ୍ଡା ଓ ବଡୁ ନିଯୋଗର ବିବାଦ ଯୋଗୁ ୨ ଦିନ ଧରି ଅଖିଆ ଓ ଅପୂଜା ଥିଲେ ମହାପ୍ରଭୁ । ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଥିଲା ।ପୂଜା ପଣ୍ଡା ତିନିଟି ପଇତା ଲାଗି କରିଥାନ୍ତି । କିନ୍ତୁ ବଡୁ ନିଯୋଗ ଏହାକୁ ବିରୋଧ କରିଥିଲେ । ପୂଜା ପଣ୍ଡା ଗୋଟିଏ ଏବଂ ବଡୁ ନିଯୋଗ ଦୁଇଟି ପଇତା ମହାପ୍ରଭୁଙ୍କୁ ଲାଗି କରିବେ ବୋଲି ଦାବି କରିଥିଲେ । ଏହାକୁ ନେଇ ୨୦୨୦ରୁ ବିବାଦ ଲାଗି ରହିଛି । ମଙ୍ଗଳବାର ମଧ୍ୟ ଏପରି ବିବାଦ ଉପୁଜିବାରୁ ସଂଧ୍ୟା ଧୂପରୁ ନୀତି ବନ୍ଦ ରହିଥିଲା । ଗତକାଲି ମଧ୍ୟ କୌଣସି ନୀତିକାନ୍ତି ହୋଇନଥିଲା ।ପବିତ୍ରାରୋପଣ ନୀତି ଅନୁଯାୟୀ ପ୍ରତିବର୍ଷ ଠାକୁରଙ୍କୁ ପୂଜାପଣ୍ଡା ନିଯୋଗ ପକ୍ଷରୁ ୩ପଟ ପଇତା ଲାଗି କରାଯାଏ । ପରେ ୨୪ପଟ ବଡ଼ୁ ନିଯୋଗ ପକ୍ଷରୁ ପଇତା ଲାଗି କରାଯାଏ । ହେଲେ ପବିତ୍ରାରୋପଣର ପଇତା ଶୁଦ୍ଧିକୁ ନେଇ ମଙ୍ଗଳବାର ରାତିରେ ହୋଇଥିଲା ସେବାୟତଙ୍କ ମଧ୍ୟରେ ବିବାଦ। ମନ୍ଦିର ପ୍ରଶାସନ ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ବଡ଼ୁ ସେବାୟତମାନେ ପଇତା ଧୋଇବାକୁ ଗଲେ ନାହିଁ ।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post