ୱିଲ ସ୍ମିଥଙ୍କୁ ଓସ୍କାର ପୁରସ୍କାର
ମେଟ୍ରୋ ଓଡିଶା (୨୮.୩.୨୦୨୨) :
ମିଳିଲା ଓସ୍କାର ସମ୍ମାନ । କରୋନା ପାଇଁ ଗତବର୍ଷ ଓସ୍କାର ସମ୍ମାନ ଭର୍ଚୁଆଲରେ ହୋଇଥିବା ବେଳେ ଚଳିତ ବର୍ଷେ ଏହାକୁ ପୂର୍ବପରି କରାଯାଇଛି । ସାଧାରଣତଃ ଏହି ସମ୍ମାନର ଆୟୋଜନ ଫେବ୍ରୁଆରୀ ଶେଷ କିମ୍ବା ମାର୍ଚ୍ଚ ମାସର ଆରମ୍ଭରେ ହୋଇଥାଏ । ହେଲେ ମହାମାରୀ ଥିବା କାରଣରୁ ଏହାକୁ ଚଳିତ ବର୍ଷ କିଛି ଦିନ ବିଳମ୍ବରେ କରାଯାଇଥିଲା । ଗତ ତିନବର୍ଷ ଧରି ଓସ୍କରର କୌଣସି ହୋଷ୍ଟ ନଥିଲେ । ହେଲେ ଚଳିତ ବର୍ଷ ଏହାକୁ ହାସ୍ୟ ଅଭିନେତା ୱାଣ୍ଡା ସାଇକସ୍, ଆମି ଶୁମର ଓ ଅଭିନେତ୍ରୀ ରେଜିନା ହଲ୍ ଆୟୋଜନ କରିଥିଲେ ।

ଏହି ସମ୍ମାନର ଆରମ୍ଭରୁ ପରଲୋକ ହୋଇଥିବା କଳାକାର ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ୱିଲ ସ୍ମିଥଙ୍କୁ ଓସ୍କାର ସମ୍ମାନ ମିଳିଥିା ବେଳେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜେସିକା ଚାଷ୍ଟେନଙ୍କୁ ଓସ୍କାର ସମ୍ମାନ ମିଳିଛି । ଫିଲ୍ମ ‘କିଙ୍ଗ ଚିଚାର୍ଡ’ପାଇଁ ୱିଲ ସ୍ମିଥ ଓସ୍କାର ସମ୍ମାନ ପାଇଛନ୍ତି । ସେହିପରି ଚଳଚ୍ଚିତ୍ର ’ଦ ଆଇନ୍ ଅଫ ଟାମି ଫାଏ’ ପାଇଁ ଜେସିକାଙ୍କୁ ଓସ୍କାର ମିଳିଛି ।