୧୨ ଜୁନରେ ବାରବାଟୀରେ ଟି-୨୦ ମ୍ୟାଚ୍ , ସୁରକ୍ଷା ବ୍ୟବସ୍ଥା ନେଇ ଚିନ୍ତାରେ ପୋଲିସ
ମେଟ୍ରୋ ଟିଭି ଓଡିଶା (୨.୬.୨୦୨୨)
ଆସନ୍ତା ୧୨ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମ୍ୟାଚ୍ ପାଇଁ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଛି ।

ସେପଟେ ଆଜି ମ୍ୟାଚ ପାଇଁ ହେବାକୁ ଥିବା ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ମକ ଡ୍ରିଲ୍ କରାଯାଇଛି । ମକ୍ ଡ୍ରିଲରେ ପୋଲିସ, ଅଗ୍ନିଶମ କର୍ମଚାରୀ ଓ ସୁରକ୍ଷାକର୍ମୀ ରହିଥିଲେ । କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ମକ୍ ଡ୍ରିଲ୍ କରାଯାଇଛି । କଟକ ଡିସିପି ପିନାକ ମିଶ୍ର ନିଜେ ଏହି ମକଡ୍ରିଲର ଅନୁଧ୍ୟାନ କରିଛନ୍ତି ।