ସାଇବର ନୂଆ ହେଲ୍ପ ଲାଇନ୍‌ ନମ୍ବର

fraud-new-helpline-no-release

ମେଟ୍ରୋ ଟିଭି ଓଡିଶା (୨୧ .୨.୨୦୨୨) :

ସାଇବର ଠକେଇ ପାଇଁ ନୂଆ ହେଲ୍ପ ଲାଇନ୍‌ ନମ୍ବର। ସାଇବର ଠକେଇ ଶିକାର ହୋଇଥିଲେ ‘୧୯୩୦’କୁ କଲ କରି ରାଷ୍ଟ୍ରୀୟ ସାଇବର ଅପରାଧ ରିପୋର୍ଟିଂ ପୋଟାର୍ଲରେ ଅଭିଯୋଗ କରିପାରିବେ । ଏହି ନମ୍ବରକୁ କଲ କରି ତୁରନ୍ତ ନିଜ ଟଙ୍କାଙ୍କୁ ଫ୍ରିଜ କରିପାରିବେ। ପରେ ନିଜ ଟଙ୍କା ଫେରିପାଇପାରିବେ।

ଜଣେ ପୋଲିସ ଅଫିସର ଆପଣଙ୍କ ଫୋନ ଉଠାଇବେ। ଆପଣଙ୍କଠାରୁ ବ୍ୟାଙ୍କ ଟ୍ରାଞ୍ଜାକ୍ସନର ଡିଟେଲ୍ସ ନେବେ। ଏହାର ଏକ ଟୋକନ ନମ୍ବର ଜେନେରେଟ ହେବ। ବ୍ୟାଙ୍କଙ୍କୁ ଟଙ୍କା ରୋକିବାକୁ ଡିଜିଟାଲ ଆଲର୍ଟ ପଠାଯିବ। ଆବେଦନକାରୀଙ୍କ ସୂଚନା ଏସଏମଏସ ମାଧ୍ୟମରେ ମିଳିବ। ଆବେଦନ ପରେ ସାଇବର ଠକର ଶିକାର ହୋଇଥିବା ପୀଡିତଙ୍କୁ ଟଙ୍କା ଫେରସ୍ତ ସହ ଠକକୁ ଧରିବାକୁ ଚେଷ୍ଟା କରାଯିବ।