ବିଶ୍ବର ତଟବର୍ତ୍ତୀ ସହରଗୁଡ଼ିକ ଜଳମଗ୍ନ ହେବା ଆଶଙ୍କା ଦେଖାଦେଇଛି। ୨୦୫୦ ମସିହା ସୁଦ୍ଧା ବିଶ୍ବର ପ୍ରାୟ ୧୨ଟି ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ମତ ଦିଅନ୍ତି।ଆଣ୍ଟାର୍କଟିକା ମହାଦେଶର ଉତ୍ତରମେରୁରେ ତାପମାତ୍ରାବୃଦ୍ଧି ପାଇବାରେ ଲାଗିଛି। ୧୯୭୯ରୁ ୨୦୧୭ ମଧ୍ୟରେ ଏହି ମହାଦେଶରେ ପ୍ରାୟ ୬ଗୁଣ ବରଫ ହ୍ରାସ ପାଇଛି। ଜାନୁଆରୀ ୧୯୮୨ରେ ଆଣ୍ଟାର୍କଟିକାରେ ତାପମାତ୍ରା -୧୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଚଳିତ ବର୍ଷ ଜାନୁଆରୀ ମାସରେ ଦକ୍ଷିଣ ମେରୁରେ ସର୍ବୋଚ୍ଚ ତାପମାତ୍ରା ୧୮.୪ ଓ ଉତ୍ତରମେରୁରେ ୨୧ଡିଗ୍ରୀ ସେଲସିୟସ ଥିଲା। ଏହା ପୂର୍ବରୁ ୨୦୧୫ରେ ଏଠାକାର ତାପମାତ୍ରା ୧୭.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଗତ ୨୮ ବର୍ଷ ମଧ୍ୟରେ ତାପମାତ୍ରାର ଏପରି ଦ୍ରୁତ ପରିବର୍ତ୍ତନ ମାନବ ଜାତିଙ୍କ ପାଇଁ ବିପଦ ସୃଷ୍ଟି କରିଛି ବୋଲି ଜଳବାୟୁ ବିେଶଷଜ୍ଞ ମତ ଦିଅନ୍ତି।ଜଳ ପତ୍ତନ ବୃଦ୍ଧି ଯୋଗୁଁ ସମୁଦ୍ର ଗର୍ଭରେ ଲୀନ ହୋଇଥିବା ୬ଟି ସହର ହେଲା- ଦ୍ବାରିକା (ଭାରତ), ପୋର୍ଟ ରୟାଲ(ଜାମାଇକା), ୟୋନାଗୁନି ଜିମା (ଜାପାନ), ଲାୟନ ସିଟି (ଚୀନ୍), ପବଲେପେଟ୍ରି (ଇଟାଲୀ) ଓ ବିଲା ଏପିକୁଏନ (ଆର୍ଜେଣ୍ଟିନା)। ଆଗାମୀ ୨୦୫୦ ମସିହା ମଧ୍ୟରେ ସମୁଦ୍ର ତଟବର୍ତ୍ତୀ ୧୩ଟି ସହର ସମ୍ପୂର୍ଣ୍ଣ ସତ୍ତା ହରାଇ ଥିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Next Post