ରାୟପୁର: ଆଗାମୀ ନିର୍ବାଚନରେ କଂଗ୍ରେସ ଜିତି ସରକାର ଗଠନ କଲେ ଜାତିଗତ ଜନଗଣନା କରିବ ବୋଲି କହିଛିନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । କଂଗ୍ରେସ ଯଦି ଛତିଶଗଡ଼ରେ ଆଗାମୀ ନିର୍ବାଚନରେ କ୍ଷମତାକୁ ଆସିବ ତେବେ ଏହା ଜାତିଗତ ଜନଗଣନା କରିବ। ରାହୁଲ କହିଛନ୍ତି, ଜାତିଗତ ଜନଗଣନା ହେଉଛି ଦେଶର ଏକ୍ସ-ରେ। ଏହା ପ୍ରତି ରାଜ୍ୟର ଜନସଂଖ୍ୟାଙ୍କ ତଥ୍ୟା ପ୍ରଦାନ କରିବ। ରାହୁଲ କହିଛନ୍ତି, କଂଗ୍ରେସ କ୍ଷମତାରେ ଥିବାବେଳେ ଯେଉଁ ଜାତିଗତ ଜନଗଣନା କରିଥିଲା ସେ ସଂକ୍ରାନ୍ତ ତଥ୍ୟ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦେଇନାହାନ୍ତି କାହିଁକି। ପ୍ରଧାନମନ୍ତ୍ରୀ ମୋଦି ଯେଉଁଠିକି ଯାଉଛନ୍ତି ଓବିସି ସଂକ୍ରାନ୍ତରେ କହୁଛନ୍ତି। କଂଗ୍ରେସ ଜାତିଗତ ଜନଗଣନା କରିଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଏହି ତଥ୍ୟ ଲୁଚାଇବାକୁ ଚାହାନ୍ତି। ରାହୁଲ କହିଛନ୍ତି, ଯେତେବେଳେ ବି ମୁଁ ଜାତିଗତ ଜନଗଣନା କଥା କହିଛି ସେ ସମୟରେ ମତେ ଘଉଡ଼ାଯାଇଛି। ସରକାର ସାଂସଦ ଏବଂ ବିଧାୟକଙ୍କ ବଦଳରେ ସଚିବ ଏବଂ କ୍ୟାବିନେଟ ସଚିବଙ୍କ ଦ୍ବାରା ପରିଚାଳିତ ହେଉଛି। ରାହୁଲ କହିଛନ୍ତି, ଦେଶରେ ୯୦ ସଚିବଙ୍କ ମଧ୍ୟରୁ କେବଳ ୩ ଜଣ ହେଉଛନ୍ତି ଓବିସି। ଏହି ୩ ଜଣ ହିଁ ଦେଶର ୫ ପ୍ରତିଶତ ବଜେଟ୍ ନିୟନ୍ତ୍ରଣ କରୁଛନ୍ତି। ରାହୁଲ ବିଳାସପୁରରୁ ଏକ ଇଣ୍ଟରସିଟି ଟ୍ରେନ୍ର ସାଧାରଣ ବଗିରେ ବସି ଯାତ୍ରୀମାନଙ୍କ ସହ ଯାତ୍ରା କରିଛନ୍ତି ଏବଂ ଏହି ସମୟରେ ସେ ସହଯାତ୍ରୀଙ୍କ ସହ କଥା ହୋଇଛନ୍ତି। ରାହୁଲଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଦଳର ରାଜ୍ୟ ପ୍ରଭାରୀ କୁମାରୀ ସେଲଜା ଏବଂ ରାଜ୍ୟ କଂଗ୍ରେସ ମୁଖ୍ୟ ଦୀପକ ବୈଜ ଓ ଅନ୍ୟମାନେ ଟ୍ରେନ୍ରେ ଯାତ୍ରା କରିଥିଲେ।
Trending
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
Prev Post
Next Post