ମେଟ୍ରୋ ଟିଭି ଓଡିଶା (୧୩.୫.୨୦୨୨)
ଯୁଦ୍ଧଠାରୁ ସଡ଼କ ଦୁର୍ଘଟଣାରେ ଅଧିକ ଲୋକେ ଭାରତରେ ପ୍ରାଣ ହରାଉଛନ୍ତି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଜେନେରାଲ ଭି.କେ ସିଂ କହିଛନ୍ତି ଯେ ସଡ଼କ ସୁରକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ସରକାର ସମାଧାନ କରିବା ଆବଶ୍ୟକ।

ଭାରତରେ ପ୍ରତିବର୍ଷ ପ୍ରାୟ ୧.୩୫ ଲକ୍ଷ ଲୋକେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି, ଯାହା ଏକ ଯୁଦ୍ଧ ବିଭିଷିକାଠୁ ଅଧିକ । ଏହା ଦୁଖଃର ବିଷୟ ଯେ ରୋଡ଼ ସୁରକ୍ଷା କଥା ବର୍ଷରେ କେବଳ ଥରେ ମାତ୍ର ଚିନ୍ତା କରାଯାଇଥାଏ ।ଯୁଦ୍ଧଠାରୁ ସଡ଼କ ଦୁର୍ଘଟଣାରେ ଅଧିକ ଲୋକେ ଭାରତରେ ପ୍ରାଣ ହରାଉଛନ୍ତି । ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଜେନେରାଲ ଭି.କେ ସିଂ କହିଛନ୍ତି ଯେ ସଡ଼କ ସୁରକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯାହାକୁ ସରକାର ସମାଧାନ କରିବା ଆବଶ୍ୟକ। ଭାରତରେ ପ୍ରତିବର୍ଷ ପ୍ରାୟ ୧.୩୫ ଲକ୍ଷ ଲୋକେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି, ଯାହା ଏକ ଯୁଦ୍ଧ ବିଭିଷିକାଠୁ ଅଧିକ । ଏହା ଦୁଖଃର ବିଷୟ ଯେ ରୋଡ଼ ସୁରକ୍ଷା କଥା ବର୍ଷରେ କେବଳ ଥରେ ମାତ୍ର ଚିନ୍ତା କରାଯାଇଥାଏ ।

ସିଂ କହିଛନ୍ତି ଯେ ଆମର ସଡ଼କ ସୁରକ୍ଷା ସପ୍ତାହ ରହିଛି ଯାହାକୁ ଆମେ ଏକ ସପ୍ତାହରୁ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛୁ । ଏହାକୁ ବାସ୍ତବରେ ୩୬୫ ଦିନକୁ ବୃଦ୍ଧି କରିବା ଉଚିତ୍ । କାରଣ ବିପଦ ଏକ ସପ୍ତାହ କିମ୍ବା ଏକ ମାସ ମଧ୍ୟରେ ସିମିତ ନାହିଁ । ଏହା ସହ ସେ କହିଛନ୍ତି ଯେ, ଅଟୋମୋବାଇଲ ନିର୍ମାତା ଏହି ବିଷୟରେ କୌଣସି ବୈପ୍ଳବିକ ପ୍ରଯୁକ୍ତିବିଦ୍ୟା ଆଣିବା ଉଚିତ୍ । ଯାହା ଗାଡ଼ି ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ।
ତେବେ ସଡ଼କ ଦୁର୍ଘଟଣା ଗୁଡ଼ିକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି । ସିଂ କହିଛନ୍ତି ଯେ ଆମର ସଡ଼କ ସୁରକ୍ଷା ସପ୍ତାହ ରହିଛି ଯାହାକୁ ଆମେ ଏକ ସପ୍ତାହରୁ ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛୁ । ଏହାକୁ ବାସ୍ତବରେ ୩୬୫ ଦିନକୁ ବୃଦ୍ଧି କରିବା ଉଚିତ୍ । କାରଣ ବିପଦ ଏକ ସପ୍ତାହ କିମ୍ବା ଏକ ମାସ ମଧ୍ୟରେ ସିମିତ ନାହିଁ । ଏହା ସହ ସେ କହିଛନ୍ତି ଯେ, ଅଟୋମୋବାଇଲ ନିର୍ମାତା ଏହି ବିଷୟରେ କୌଣସି ବୈପ୍ଳବିକ ପ୍ରଯୁକ୍ତିବିଦ୍ୟା ଆଣିବା ଉଚିତ୍ । ଯାହା ଗାଡ଼ି ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ।
ତେବେ ସଡ଼କ ଦୁର୍ଘଟଣା ଗୁଡ଼ିକୁ ରୋକିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସେ କହିଛନ୍ତି ।