ବଢୁଛି ୟୁକ୍ରେନ-ଋଷ ବିବାଦ ତ୍ରିବ୍ର ହେବାରେ ଲାଗିଛି ୟୁକ୍ରେନ ରୁଷ ବିବାଦ ,ବିଦେଶ ମାଟିରେ ଆମେରିକା ସୈନିକ ବୃଦ୍ଧି କରିବାରେ ଲାଗିଛି ।

ବଢୁଛି ୟୁକ୍ରେନ-ଋଷ ବିବାଦ ତ୍ରିବ୍ର ହେବାରେ ଲାଗିଛି ୟୁକ୍ରେନ ରୁଷ ବିବାଦ ,ବିଦେଶ ମାଟିରେ ଆମେରିକା ସୈନିକ ବୃଦ୍ଧି କରିବାରେ ଲାଗିଛି ।

ମେଟ୍ରୋ ଟିଭି ଓଡିଶା,୩/୨ : ପୁଣି ଥରେ ବିଦେଶ ମାଟିରେ ଆମେରିକା ସୈନିକ ଉପସ୍ଥିତି ବୃଦ୍ଧି ପାଇବାକୁ ଯାଉଛି । କିଛି ମାସ ପୂର୍ବେ ଲଜ୍ଜାଜନକ ଭାବେ ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର କରି ଅପବାଦ ମୁଣ୍ଡାଇଥିବା ଆମେରିକା ପୁଣି ଥରେ ପୂର୍ବ ୟୁରୋପରେ ସୈନ୍ୟ ସଂଖ୍ୟା ବୃଦ୍ଧି କରିବାକୁ ଯାଉଛି । ବୁଧବାର ରାଷ୍ଟ୍ରପତି ଜୋ ବାଇଡେନ୍ ଅନୁମୋଦନ ଦେବା ପରେ ପେଂଟାଗନ ପୂର୍ବ ୟୁରୋପକୁ ୩ହଜାର ସୈନ୍ୟ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ।ୟୁକ୍ରେନ ଦଖଲ କରିବାକୁ ଋଷ ଚଳାଇଥିବା ଯୋଜନାକୁ ପଣ୍ଡ କରିବାକୁ ଆମେରିକା ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।

ୟୁକ୍ରେନ ସୀମାରେ ଋଷ ୧ଲକ୍ଷ ସେନ୍ୟ ମୁତୟନ କରିଛି । ଏବଂ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା କୁହାଯାଉଛି । ଋଷର ମୁକାବିଲା ପାଇଁ ପୋଲାଣ୍ଡ, ଜର୍ମାନୀ ଓ ରୋମାନିଆରେ ଆମେରିକା ସୈନ୍ୟ ମୁତୟନ କରିବାକୁ କହିଛି ପେଂଟାଗନ । ତ୍ରୀବ ହେଉଛି ୟୁକ୍ରେନ-ରୁଷ ବିବାଦ। ଅତିରିକ୍ତ ୩ ହଜାର ସୈନ୍ୟ ପଠାଇବା ପ୍ରସ୍ତାବକୁ ବାଇଡେନଙ୍କ ମଞ୍ଜୁରୀ। ୟୁକ୍ରେନ ଦଖଲ କରିବାକୁ ରୁଷ୍ର ଯୋଜନାକୁ ନେଇ ଆମେରିକାର ବଡ଼ ପଦକ୍ଷେପ । ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ୍ ଏହାର ସୀମାରେ ୧ଲକ୍ଷ ସୈନ୍ୟ ମୁତୟନ କରିଥିବା କହିଛି ଆମେରିକା।

ଖୁବ ଶୀଘ୍ର ଅତିରିକ୍ତ ସୈନ୍ୟ ପୋଲାଣ୍ଡ, ଜର୍ମାନୀ ଓ ରୋମାନିଆରେ ପହଞ୍ଚିବେ।ପେଣ୍ଟାଗନ ପ୍ରେସ ସଚିବ ଜନ କିର୍ବି କହିଛନ୍ତି, ଜର୍ମାନୀରେ ଏବେ ଥିବା ୧ହଜାର ସୈନ୍ୟଙ୍କୁ ରୋମାନିଆ ପଠାଯିବ। ପାଶ୍ଚାତ୍ୟ ଦେଶଗୁଡ଼ିକ ରୁଷ୍କୁ ଏକ ଯୁଦ୍ଧ ଆଡ଼କୁ ଟାଣିନେଉଛନ୍ତି ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିବାର ଦିନକ ପରେ ଆମେରିକା ଅତିରିକ୍ତ ସୈନ୍ୟ ମୁତୟନ ନିଷ୍ପତ୍ତି ନେଇଛି।