
ମେଟ୍ରୋ ଟିଭି ଓଡିଶା,୧୧/୨ : ଆଜି କାଲି ଅଧିକାଶଂ ଲୋକଙ୍କ ସଉକ୍ ହେଉଛି ଫଟୋ ଉଠାଇବା କିନ୍ତୁ ଏମିତି କିଛି ଫଟୋ ଥାଏ କି ଜାହା ଅନ୍ୟ ଫଟୋ ଠାରୁ ଭିନ୍ନ କରିଥାଏ । ଏପରି ଏକ ଭିନ୍ନ ଫଟୋ ଉଠାଇ ୩ କୋଟ ଙ୍କ ପାଇଛନ୍ତି ଫଟୋ ଗ୍ରାଫର । ଏମିତି ଜଣେ ଫଟୋଗ୍ରାଫର ହେଉଛନ୍ତି ଓମାନର Turki bin Ibrahim al Junaib(ଜୁନାଇବି) । ଯାହାଙ୍କୁ ଚଳିତ ବର୍ଷ ପାଇଁ ହମଦାନ ଇଣ୍ଟରନେସନାଲ ଫଟୋଗ୍ରାଫ୍ ଆଓ୍ଵାର୍ଡ ମିଳିଛି । ଏଥିପାଇଁ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ମିଳିଛି । ସାରା ବିଶ୍ୱର ଶ୍ରେଷ୍ଠତମ ଫଟୋ ପାଇଁ HIPA ପ୍ରତିବର୍ଷ ବେଷ୍ଟ ଫଟେଗ୍ରାଫ୍ ଆଓ୍ଵର୍ଡ ଦେଇଥାଏ ।
ପାଇଲେ ୩ କୋଟି ଟଙ୍କାର ପୁରସ୍କାର
ସୂଚନା ଅନୁସାରେ,ଜୁନାଇବି ଏକ ଛୋଟ ଝିଅର ଫଟୋ ଏମିତି ବୁଲୁ ବୁଲୁ ଉଠାଇ ଦେଇଥିଲେ । ତେବେ ଏହି ଫଟୋଟି ବେଷ୍ଟ ଫଟୋଗ୍ରାଫ୍ ପାଇଁ ମନୋନୀତ ହୋଇଥିଲା । ଏହି ଆଓ୍ଵାର୍ଡରେ ସାରା ଦୁନିଆରୁ ୧୦୦୦ ରୁ ଅଧିକ ଫଟୋ ସାମିଲ କରାଯାଇଥିଲା । ତେବେ ଏଥିରେ ଜୁନାଇବିଙ୍କର ଏହି ସବୁଜ ଆଖିର ଛୋଟ ଝିଅଟିର ଫଟୋକୁ ଶ୍ରେଷ୍ଠ ଫଟୋ କୁ ଜୁନାଇବି ମୋସିରାହ ଆଇସଲାଣ୍ଡରେ କ୍ଲିକ କରିଥିଲେ ବୋଲି ସାମ୍ବାଦିକଙ୍କ ଆଗରେ ପ୍ରକାଶ କରିଛନ୍ତି । ପୁରସ୍କାର ପାଇବା ପରେ ଜୁନାଇବି କହିଛନ୍ତି ଯେ ଏହା ତାଙ୍କ ପାଇଁ ଗର୍ବ ଓ ଆନନ୍ଦର ମୂହୁର୍ତ୍ତ ।
HIPA ପ୍ରତି ବର୍ଷ ବେଷ୍ଟ ଫଟୋଗ୍ରାଫୀ ପାଇଁ ଦିଆଯାଇଥାଏ । ଏହା ପୁରସ୍କାର ପ୍ରଥମେ ୨୦୧୧ ରେ ଦୁବାଇ ରାଜକୁମାର ଶେଖ ହମଦାନ୍ ବିନ ରାଶିଦ ବିନ ମହମ୍ମଦ ଅଲ୍ ମକତୁମଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ।