ପୃଥିବୀ ଆଡେ ମାଡି ଆସୁଛି ଆଷ୍ଟ୍ରଏଡ ,ରଚିବ ଧ୍ୱଂସଲୀଳା
ମେଟ୍ରୋ ଟିଭି ଓଡିଶା,୯/୨ : ପୁଣି ଥରେ ପୃଥିବୀ ଆଡକୁ ମୁହାଁଉଛି ବିଶାଳକାୟ ଆଷ୍ଟ୍ରଏଡ । ଆଷ୍ଟ୍ରଏଡର ଆକାର ରହିଛି ୧.୩ କିଲୋମିଟର । ମାର୍ଚ୍ଚ ୪ରେ ପୃଥିବୀ ଏହା ନିକଟବର୍ତ୍ତୀ ହେବ। ଏହି ସମୟରେ ପୃଥିବୀ ଓ ଆଷ୍ଟ୍ରଏଡ ମଧ୍ୟରେ ଦୂରତା ରହିବ ୪୯ଲକ୍ଷ ୧୧ହଜାର ୨୯୮ କିଲୋମିଟର । JPL ଏହାକୁ ଟ୍ରାକ କରିଛି।
ଏବେ ସୂର୍ଯ୍ୟ ଆଡକୁ ଗତି କରୁଛି ଆଷ୍ଟ୍ରଏଡ଼ । ସୂର୍ଯ୍ୟ ଚାରିପାଖେ ପରିକ୍ରମା କରିବାକୁ ଏହା ୪୦୦ ଦିନ ନେଉଛି। ଏହା ବିପ୍ପଜନକ ହୋଇପାରେ। ମାତ୍ର ପୃଥିବୀ ସହ ମାଡ଼ ନହୋଇପାରେ । କେବଳ ପୃଥିବୀ ନିକଟବର୍ତ୍ତୀ ହୋଇ ଗତିକରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।ତେବେ ନାସା ଦେଇଥିବା ସୂଚନା ଅନୁଯାୟୀ, ଏହି ଆଷ୍ଟ୍ରଏଡ୍ ୧୧ ଫେବ୍ରୁଆରୀରେ ପୃଥିବୀର ନିକଟର ହେବ ବୋଲି ଚେତାବନୀ ଦେଇଛି । ଯଦି ଏହା ପୃଥିବୀ ସହ ଧକ୍କା ହୁଏ ତେବେ ଧ୍ୱଂସଲୀଳା ରଚାଇ ପାରେ । ଏହା ପୂର୍ବରୁ ଗତ ବର୍ଷ ୧୮ ଫେବ୍ରୁଆରୀରେ ଏହା ଦେଖା ଯାଇଥିଲା । ଏହଛଡ଼ା ୨୦୧୧ ଓ ୨୦୧୯ ରେ ଏହା ମଧ୍ୟ ଦେଖାଯାଇଥିଲା ।
ଏବେ ଏହା ୧୧ ଫେବ୍ରୁଆରୀ ୨୦୨୨ରେ ପୁଣି ଦେଖାଯିବ । ହେଲେ ଏହା କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ତାହା ସମ୍ପର୍କରେ ନାସା ନିକଟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ । ପ୍ରକାଶଯୋଗ୍ୟ ଯେ ପ୍ରଥମ ଥର ପାଇଁ ୧୯୦୦ ମସିହା ଫେବ୍ରୁଆରୀ ୨୧ ତାରିଖରେ ଆଷ୍ଟ୍ରଏଡ ଦୃଷ୍ଟିକୁ ଆସିଥିଲା । ପ୍ରତି ବର୍ଷ ଏହା ସୋଲାର ସିଷ୍ଟମ ନିକଟର ହୋଇ ଗତି କରିଥାଏ ।