ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍:ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ କହିଲେ ଏମିତି

ମେଟ୍ରୋ ଟିଭି ଓଡିଶା (୨୪.୫.୨୦୨୨ )

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଟୋକିଓରେ ଆୟୋଜିତ କ୍ୱାଡ ବୈଠକରେ ସାମିଲ ହୋଇଛନ୍ତି । ଏହି ସମ୍ମିଳନୀରେ ବାଇଡେନ ପୁଟିନଙ୍କ ଉପରେ ବର୍ଷିଛନ୍ତି ।

ସେ ଋଷ-ୟୁକ୍ରେନ ଯୁଦ୍ଧର ବୈଶ୍ୱିକ କାରଣ କହିବା ସହ କହିଛନ୍ତି ଯେ ପୁଟିନ୍ ଗୋଟିଏ ସଂସ୍କୃତିକୁ ଶେଷ କରିବାକୁ ଚାହୁଛନ୍ତି । ସେ କହିଛନ୍ତି ଯେ ୟୁରୋପୀୟ ବିଷୟ ଠାରୁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ ଏହା ଏକ ବୈଶ୍ୱିକ କାରଣ । କ୍ୱାଡ ସମ୍ମିଳନୀରେ ବାଇଡେନ ଆହୁରି କହିଛନ୍ତି ଯେ ଇଣ୍ଡୋ ପାସିଫିକରେ ଆମେରିକା ଏକ ମଜବୁତ୍ ଏବଂ ସ୍ଥାୟୀ ସହଭାଗୀ ରହିବ । ଆମେ ହିନ୍ଦ୍-ପ୍ରଶାନ୍ତ ଶକ୍ତି । କ୍ୱାଡ୍ ପାଖରେ ଆଗକୁ ବହୁତ କାମ ବାକି ଅଛି । ଏହି କ୍ଷେତ୍ରକୁ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ରଖିବା, ଏହି ମହାମାରୀରୁ ଲଢ଼ିବା ଏବଂ ଏହାପରେ ଜଳବାୟୁ ସଙ୍କଟକୁ ଦୂର କରିବା ପାଇଁ ଆମ ପାଖରେ ବହୁତ କାମ ରହିଛି । ରାଷ୍ଟ୍ରପତି ଜୋ ବାଇଡେନ କ୍ୱାଡ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ପୁଣି ଥରେ ଦେଖାହୋଇ ଖୁସି ଲାଗିଲା ।