ନୀତି ଆୟୋଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାଜୀବ କୁମାର, ସୁମନ ବେରୀଙ୍କୁ ମିଳିବ ଏହି ଦାୟିତ୍ୱ

New Delhi, Apr 11 (ANI): Vice-Chairman NITI Aayog, Dr. Rajiv Kumar addressing at the release of the State Energy & Climate Index-Round I, in New Delhi on Monday. (ANI Photo/ PIB)

ମେଟ୍ରୋ ଟିଭି ଓଡିଶା (୨୩.୪.୨୦୨୨ )

ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ନିଜର ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ସୁମନ କେ ବେରୀଙ୍କୁ ନୂଆ ଦାୟିତ୍ୱ ମିଳିବ । ଏନେଇ ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ, ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି ରାଜୀବ କୁମାରଙ୍କ ଇସ୍ତଫାକୁ ମଂଜରୁୀ ଦେଇଛି । ତାଙ୍କୁ ୨୦୨୨ ଏପ୍ରିଲ ୩୦ରେ କାର୍ଯ୍ୟମୁକ୍ତ କରାଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି ବଡ଼ ଦାୟିତ୍ୱରୁ ଓହିରିବା ସଂପର୍କିତ କାରଣ ଜଣାପଡ଼ି ନାହିଁ । 

ବୟାନରେ କୁହାଯାଇଛି ଯେ, ଡ. ସୁମନ କେ ବେରିଙ୍କୁ ରାଜୀବ କୁମାରଙ୍କ ସ୍ଥାନରେ ୨୦୨୨ ମେ’ ୧ ତାରିଖରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ନୀତି ଆୟୋଗର ଉପାଧ୍ୟକ୍ଷ ନିଯୁକ୍ତି କରିବାକୁ ମଂଜୁରୀ ଦିଆଯାଇଛି । ବେରିଙ୍କୁ ତତକାଲ ପ୍ରଭାବରେ ୨୦୨୨ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୀତି ଆୟୋଗର ସଦସ୍ୟ କରାଯାଇଛି । ସୂଚନାଯୋଗ୍ୟ ଜଣାଶୁଣା ଅର୍ଥଶାସ୍ତ୍ରୀ ରାଜୀବ କୁମାର ୨୦୧୭ ଅଗଷ୍ଟରେ ନୀତି ଆୟୋଗର ଉପାଧ୍ୟକ୍ଷ ପଦବିର ଦାୟିତ୍ୱ ନେଇଥିଲେ ।