ଟ୍ରମ୍ପଙ୍କ କମବ୍ୟାକ୍

ଓ୍ବାସିଂଟନ: ଆମେରିକା ପରବର୍ତ୍ତି ନିର୍ବାଚନ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଘୋଷଣା କରିଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟକୁ ପୁଣି ଚାଲୁ କରିଛି ଟୁିଟର । ମୁକ୍ତ ବକ୍ତବ୍ୟର ପରିପ୍ରକାଶ ନୀତିକୁ ଆଧାର କରି କମ୍ପାନୀ ଏହି ନିଷ୍ପତ୍ତି ନେଇଥିବା କହିଛି । ଟ୍ରମ୍ପଙ୍କ ଆକାଉଣ୍ଟ ଚାଲୁ କରାଯିବ କି ନାହିଁ ସେନେଇ ଆୟୋଜିତ ଭୋଟରେ ଟ୍ରମ୍ପଙ୍କ ସପକ୍ଷରେ ବହୁମତ ମିଳିଥିବାରୁ କମ୍ପାନୀ ତାଙ୍କ ଆକାଉଣ୍ଟକୁ ସଚଳ କରିଛି ।ଟ୍ରମ୍ପଙ୍କ ଆକାଉଣ୍ଟକୁ ସଚଳ କରିବା ଲାଗି ଟୁଇଟରର ୨୩୭ ନିୟୁତ ଡେଲି ୟୁଜରଙ୍କ ମଧ୍ୟରୁ ପ୍ରାୟ ୧୫ ନିୟୁତ ୟୁଜର ସମର୍ଥନ କରିଥିଲେ । ୫୧. ୮ ପ୍ରତିଶତ ୟୁଜର ସମର୍ଥନ କରିଥିବାବେଳେ ୪୮.୨ ପ୍ରତିଶତ ୟୁଜର ବିରୋଧ କରିଥିଲେ ।

୨୦୨୦ ନିର୍ବାଚନ ଫଳାଫଳକୁ ବାତିଲ କରିବା ଦାବିରେ ଟ୍ରମ୍ପଙ୍କ ସମର୍ଥକ ହଙ୍ଗାମା କରିବା ପରେ ଗତବର୍ଷ ଟ୍ରମ୍ପଙ୍କ ଆକାଉଣ୍ଟକୁ ବାତିଲ କରାଯାଇଥିଲା । ଟୁଇଟ କରି ଟ୍ରମ୍ପ କହିଛନ୍ତି ଲୋକଙ୍କ କଥା କହିବାର ସୁଯୋଗ ମିଳିଲା ।