‘ଅବତାର ୨’ର ଧମାକାଦାର ଟିଜର, ସିନ୍ ଦେଖିଲେ ହଟିବନି ନଜର; ଦେଖନ୍ତୁ ଟ୍ରେଲର
ମେଟ୍ରୋଟିଭିଓଡିଶା(୧୧.୫.୨୦୨୨)
ବହୁ ପ୍ରତୀକ୍ଷିତ ହଲିଉଡ୍ ଫିଲ୍ମ ‘ଅବତାର ୨: ଦ ୱେ ଅଫ୍ ଓ୍ଵାଟର’ର ଧମାକାଦାର ଟିଜର। ସୋମବାର ଦିନ ହଲିଉଡ୍ ନିର୍ଦ୍ଦେଶକ ଜେମ୍ସ କେମରୁନ୍ ଏହାର ଟିଜର ଜାରି କରିଛନ୍ତି। ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଅବତାର ଫ୍ରାଞ୍ଚାଇଜ୍ର ଦ୍ୱିତୀୟ ପାର୍ଟ ଦର୍ଶକଙ୍କ ସାମ୍ନାକୁ ଆସିଛି। ଟାଇଟାନିକ୍ ଫେମ୍ ନିର୍ଦ୍ଦେଶକ ଜେମ୍ସ କେମରୁନ୍ଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ଡିସେମ୍ବର ୧୬ରେ ସାରା ଦୁନିଆର ସବୁ ହଲ୍ରେ ରିଲିଜ୍ ହେବ।

ଅବତାର ୨’ର ଏହି ଟିଜର ଭିଡିଓ ରିଲିଜ୍ ହେଉ ହେଉ ଇଣ୍ଟରନେଟ୍ରେ ଭାଇରାଲ ହେବାରେ ଲାଗିଛି। ଏଥିସହ ଅବତାର ୨ର ରିଲିଜ୍ ତାରିଖ ବି ଜାରି କରାଯାଇଛି। ପ୍ରକାଶ ଯେ ନିକଟରେ ଅବତାର ସିକ୍ୱେଲର ନାଁ ବି ଘୋଷଣା କରାଯାଇଥିଲା। ଅବତାରର ପ୍ରଥମ ସିକ୍ୱେଲର ନାଁ ଦିଆଯାଇଛି ‘ଅବତାର: ଦ ୱେ ଅଫ୍ ଓ୍ଵାଟର’।
ଟ୍ରେଲରରେ ପେଣ୍ଡୋରାର ଆଶ୍ଚର୍ଯ୍ୟଜନକ ଦୁନିଆର ଝଲକ୍ ଦେଖିବାକୁ ମିଳିଛି। ଟ୍ରେଲରରେ ଏମିତି ଅନେକ ସଟ୍ ରହିଛି, ଯେଉଁଥିରେ ସମୁଦ୍ର ଓ ଏଥିରେ ରହୁଥିବା ପ୍ରାଣୀ ଏକ ସ୍ୱତନ୍ତ୍ର ଭୂମିକାରେ ନଜର ଆସୁଛନ୍ତି। ଟ୍ରେଲରରେ ସାମ୍ ବର୍ଥିଂଟନ୍ ଓ ଜୋ ସଲଦାନା ନିଜ ନିଜ ଭୂମିକାରେ ନଜର ଆସିଛନ୍ତି। ପୂରା ଟ୍ରେଲରରେ ସମୁଦ୍ରର ନୀଳ ଜଳ ରାଶି ଦେଖାଯାଇଛି। ‘ଅବତାର ୨’ ଏକ ଭିଜୁଆଲ୍ସ ଷ୍ଟନିଂ।
ଏହି ଟ୍ରେଲରର କ୍ୟାପ୍ସନ୍ରେ ଲେଖାଯାଇଛି- ଆମେ ଯୁଆଡ଼େ ବି ଯାଉ ଏହି ପରିବାର ହିଁ ଆମ ଦୁର୍ଗ। ଦେଖନ୍ତୁ ‘ଅବତାର: ଦ ୱେ ଅଫ୍ ଓ୍ଵାଟର’ର ବ୍ରାଣ୍ଡ୍ ନୂଆ ଟିଜର ଟ୍ରେଲର। ହଲ୍ରେ ୧୬ ଡିସେମ୍ବର, ୨୦୨୨ରେ ଏହାର ମଜା ଉଠାଇପାରିବେ।
୧.୩୮ ମିନିଟ୍ ଲମ୍ବା ଏହି ଭିଡିଓରେ ଅନେକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଉପରୁ ଦର୍ଶକଙ୍କ ନଜର ଟିକେ ବି ହଟିପାରୁନି।