ଆସନ୍ତାକାଲିଠୁ ଆରମ୍ଭ ପ୍ରେମ ସପ୍ତାହ

ପ୍ରେମରେ ପଡିଥିବା ପ୍ରେମକୁ ବୁଝିଥିବା ପ୍ରେମୀଯୁଗଳମାନେ ପ୍ରସ୍ତୁତ ବି ହୋଇଗଲେଣି । ହେବେନି ବା କେମିତି, ନିଜ ପ୍ରେମିକ ବା ପ୍ରେମିକା ସହ ଏହି ୭ ଦିନ ଯେ ବେଶ ଗୁରୁତ୍ବପୂର୍ଣ୍ଣ ତାହା ସେମାନେ ଭଲ ଭାବେ ଜାଣିଛନ୍ତି । କେହି କେହି ନିଜ ଜୀବନସାଥୀ ସହ ଏହି ଦିନଗୁଡିକୁ ମନେଇଥାନ୍ତି, ତ କେହି କେହି ନିଜର ଏକତରଫା ପ୍ରେମକୁ ସଫଳ କରିବାକୁ ପୁରା ପ୍ରୟାସ କରିଥାନ୍ତି । ଯେମିତିକି ପ୍ରମିକାର ମନ ପସନ୍ଦର ଚକୋଲେଟ, ଟେଡି, ଗୋଲାପ ଦେଇ ମନର କଥା କହିଥାଏ ପ୍ରେମିକ । ଆଉ ହସିଦିଏ ସବୁ ବୁଝିଯାଏ ଅବୁଝା ପ୍ରେମିକା ।

ପ୍ରେମ ପ୍ରତିଟି ମଣିଷ ଜୀବନରେ ହୋଇଥାଏ । ସେ ପୁଅ ହେଉ କି ଝିଅ ପ୍ରେମର ସ୍ପର୍ଶ ସମସ୍ତଙ୍କୁ ହୋଇଥାଏ । କୁହନ୍ତି ପ୍ରେମରେ ପଡିଲେ ମଣିଷ ବଦଳିଯାଏ । ଆଉ ଏହି ପ୍ରେମ ଯଦି ଏକ ସଚ୍ଚାପ୍ରେମ ହୋଇଥାଏ , ତେବେ ମଣିଷର ଖରାପ ସ୍ବଭାବକୁ ବଦଳାଇ ଦିଏ , ମଣିଷ ଭଲ ପାଇବା ଶିଖାଇଦିଏ । ଫେବୃଆରୀ ୭-୧୪ ଯାଏଁ ପ୍ରେମ ସପ୍ତାହ ପାଳନ କରାଯାଏ । ବିଶେଷ ଭାବେ ଫେବୃଆରୀ ୧୪ ଭାଲେଣ୍ଟାଇନ ଡେ ନିଜ ପ୍ରେମକୁ ଉପସ୍ଥାପନ କରିବା ପାଇଁ ସବୁଠୁ ଭଲ ଦିନ ବୋଲି ପ୍ରେମୀଯୁଗଳ ମାନେ ମାନିଥାଆନ୍ତି । କିନ୍ତୁ ଏହି ଦିନ ଯେ କେବଳ ପ୍ରେମିକ ପ୍ରେମିକାଙ୍କ ପାଇଁ ତା ନୁହେଁ, ନିଜର ପରିବାରର ନିଜ ପ୍ରିୟ ସଦସ୍ୟ ସହ ବି ଭାଲେଣ୍ଚାଇନ ଡେ ସେଲିବ୍ରେଟ କରାଯାଏ ।