ଇସ୍‌ଲାମିକ୍‌ ଷ୍ଟେଟ୍‌ ନେତା ଉସାମା ଅଲ୍‌-ମୁହାଜିର୍‌ ନିହତ

କାଇରୋ:  ସିରିୟାରେ ଆମେରିକା ଡ୍ରୋନ୍‌ଦ୍ବାରା ଆକ୍ରମଣ କରି ଜଣେ ‘ଆଇଏସ୍‌ଆଇଏସ୍‌’ ନେତାଙ୍କୁ ହତ୍ୟା କରିଛି  ।ନିହତ ‘ଆଇଏସ୍‌ଆଇଏସ୍‌’ ନେତା ଅଲ୍‌-ମୁହାଜିର୍‌ଙ୍କ ବିଷୟରେ ଅଧିକ କିଛି ବିବରଣୀ ନ ଦେଇ ଜାରି କରିଥିବା ବିବୃତିରେ ଆମେରିକା ସେନା କହିଛି: ସମଗ୍ର ସିରିୟାରେ ‘ୟୁ. ଏସ୍‌. ସେଣ୍ଟ୍ରାଲ୍‌ କମାଣ୍ଡ୍‌’ ଆକ୍ରମଣ କରିବା ଫଳରେ ପୂର୍ବାଞ୍ଚଳ ସିରିୟାରେ ଉସାମା ଅଲ୍-ମୁହାଜିର୍‌ ନାମରେ ଜଣେ ‘ଆଇଏସ୍‌ ଆଇଏସ୍‌’ ନେତା ନିହତ ହୋଇଛନ୍ତି। ଏହାକୁ ହତ୍ୟା କରିବା ପାଇଁ ଆମେରିକା ସେନା ଅନେକ ଦିନରୁ ସର୍ଚ ଅପରେସନ ଜାରି ରଖିଥିଲା ।