କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନରେ ଏଥର ବ୍ୟାପକ ହିଂସାକାଣ୍ଡ ଘଟିଛି । ନିର୍ବାଚନ ଶେଷ ହେବା ପରେ ବି ନିର୍ବାଚନୀ ହିଂସା ବନ୍ଦ ହୋଇନାହିଁ। ନିର୍ବାଚନୀ ହିଂସାରେ ମୃତ୍ୟୁସଂଖ୍ୟା ୨୦ରେ ପହଞ୍ଚିଛି। କିଛି ହତ୍ୟାକାଣ୍ଡ ପାଇଁ ତୃଣମୂଳ କଂଗ୍ରେସ ବିରୋଧୀ କଂଗ୍ରେସକୁ ଦାୟୀ କରିଛି। କଂଗ୍ରେସ, ବିଜେପି ଟିମସିକୁ ଦାୟୀ କରୁଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ନେଇ ଉତ୍ତେଜନା ଜାରି ରହିଛି। ଭୋଟ୍ ଗ୍ରହଣ ପରେ ମଧ୍ୟ କଂଗ୍ରେସ ଓ ଟିଏମ୍ସି ସମର୍ଥକମାନେ ୫୦ରୁ ଅଧିକ ଗ୍ରାମରେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଶନିବାର ନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଥିବା ବେଳେ ଅନେକ ଜାଗାରେ ହିଂସାକାଣ୍ଡ ଘଟିଛି। ଅନେକ ଲୋକ ଭୋଟବାକ୍ସ ଭଙ୍ଗାରୁଜା କରିବା ସହ କେତେକ ଗାଁରେ ବିରୋଧୀଙ୍କ ଘର ଉପରକୁ ବୋମା ପକାଇଥିଲେ।
Trending
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ