ଆଜି ଫ୍ରାନ୍ସ ଓ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଆଜି ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ପରେ ଆମେରିକା ଗସ୍ତରେ ଯାଇ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଭେଟ୍ଘାଟ କାର୍ଯ୍ୟକ୍ରମ । ଫେବୃଆରୀ 12 ଓ 13 ରେ ଟ୍ରମ୍ପଙ୍କ ସହ ପିଏମ୍ଙ୍କ ବୈଠକ ।
ଦ୍ବିତୀୟ କାର୍ଯ୍ୟକାଳ ପାଇଁ କ୍ଷମତା ଗ୍ରହଣ ପରେ ଦୁଇ ନେତାଙ୍କ ମଧ୍ୟରେ ହେବ ପ୍ରଥମ ବୈଠକ। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ବିଶ୍ବସ୍ତରୀୟ ବ୍ୟାପକ ରଣନୀତିକ ଭାଗୀଦାରୀକୁ ଆଗକୁ ବଢାଇବାକୁ ଏବଂ ସମସ୍ତ କ୍ଷେତ୍ରରେ ପାରସ୍ପରିକ ଲାଭଦାୟକ ତଥା ବିଶ୍ବାସନୀୟ ସମ୍ପର୍କ ପାଇଁ ମହତ୍ୱାକାଂକ୍ଷୀ ଏଜେଣ୍ଡା ସ୍ଥାପନ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ। ନଭେମ୍ବର 2024 ପରଠାରୁ ଦୁଇ ଥର ଫୋନରେ କଥା ହୋଇଥିଲେ ଉଭୟ ନେତା |