ତାଞ୍ଜାନିଆର ଷ୍ଟାରଙ୍କୁ ସମ୍ମାନିତ କଲା ଭାରତ
ମେଟ୍ରୋ ଟିଭି ଓଡିଶା (୨୩.୨.୨୦୨୨)
ବଲିଉଡ୍ର ଲୋକପ୍ରିୟ ହିନ୍ଦୀ ଗୀତକୁ ଲିପ୍ସିଂକିଂ କରି ଭିଡିଓ କରୁଥିବା ତାଞ୍ଜାନିଆର ସୋସିଆଲ ମିଡିଆ ଷ୍ଟାର କିଲି ପଲ୍ଙ୍କୁ ସମ୍ମାନିତ କରିଛି ଭାରତ। ତାଞ୍ଜାନିଆ ସ୍ଥିତ ଭାରତୀୟ ଉଚ୍ଚ ଆୟୋଗ ପଲ୍ଙ୍କୁ ନିମନ୍ତ୍ରଣ କରି ସମ୍ମାନିତ କରିଛନ୍ତି। କିଲି ପଲ୍ ଭାରତୀୟ ଗୀତର ଲିପ୍ ସିଂକିଂ କରି ସାରା ବିଶ୍ୱରେ ଲୋକପ୍ରିୟ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ ଫଲୋୟର୍ସ ଅଛନ୍ତି।

କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ଅନେକ ବଲିଉଡ୍ ଷ୍ଟାର ମଧ୍ୟ ତାଙ୍କୁ ଫଲୋ କରୁଛନ୍ତି।ତାଞ୍ଜାନିଆରେ ଭାରତୀୟ ଉଚ୍ଚାୟୁକ୍ତ ବିନୟ ପ୍ରଧାନ କିଲି ପଲ୍ଙ୍କୁ ସମ୍ମାନିତ କରିଛନ୍ତି। ଏହି ଫଟୋକୁ ସେ ନିଜ ଟ୍ଵିଟର ପେଜ୍ରେ ସେୟାର କରିଛନ୍ତି। ଫଟୋରେ ବିନୟା ପ୍ରଧାନ ଭାରତର ଦୂତାବାସ କାର୍ଯ୍ୟାଳୟରେ ପଲଙ୍କୁ ସମ୍ମାନିତ କରୁଥିବାର ଦେଖାଯାଇଛି। ଏହି ପୋଷ୍ଟରେ ସେ କ୍ୟାପସନ୍ ଦେଇଛନ୍ତି- ଆଜି ତାଞ୍ଜାନିଆ ଭାରତୀୟ ଉଚ୍ଚାୟୋଗକୁ ଜଣେ ବିଶେଷ ଅତିଥି କିଲ ପଲ୍ ଆସିଥିଲେ… ସେ ଭାରତୀୟ ଫିଲ୍ମର ଲୋକପ୍ରିୟ ଗୀତରେ ଭିଡିଓ କରି ଲକ୍ଷ ଲକ୍ଷ ଭାରତୀୟଙ୍କ ହୃଦୟ ଜିତିଛନ୍ତି।ପଲ୍ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ଷ୍ଟାଗ୍ରାମ୍ରେ ଭାରତୀୟ ଉଚ୍ଚାୟୋଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି- ଭାରତୀୟ ଉଚ୍ଚାୟୋଗ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।