ଜମାଟୋକୁ ଟକ୍କର ଦେବ ସ୍ୱିଗୀ

#swigy will issue zomato

ମେଟ୍ରୋ ଟିଭି ଓଡିଶା (୨୨.୨.୨୦୨୨) :

ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋ ପରେ ଏବେ ସେୟାରରେ ପ୍ରବେଶ କରିବ ସ୍ୱିଗୀ । ମାର୍କେଟ୍‌ରେ ଏହାର ସେୟାର ଉପଲବ୍ଧ ହେବ । ଜମାଟୋର ପ୍ରତିଦ୍ୱନ୍ଦୀ କମ୍ପାନୀ ଭାବେ ଏହା ଆଇପିଓ ଆଣିବାକୁ ଯୋଜନା କରୁଛି । ଏକ ଗଣମାଧ୍ୟମ ସଂସ୍ଥାର ସୂଚନା ଅନୁସାରେ ସ୍ୱିଗୀ ଆସନ୍ତା ବର୍ଷ ଆରମ୍ଭରେ ୮୦ କୋଟି ଡଲାର୍‌ର ଆଇପିଓ ଆଣିବା ନେଇ ପ୍ରସ୍ତୁତ ହେଉଛି ।

ଜମାଟୋ ସହିତ କଡ଼ା ପ୍ରତିଦ୍ୱନ୍ଦିତା ମଧ୍ୟରେ ବଜାରରୁ ଟଙ୍କା ଉଠାଇବା ପାଇଁ ସ୍ୱିଗୀ ସେୟାର ମାର୍କେଟରେ ପ୍ରବେଶ କରିବ । ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀର ଯୋଜନା ଅନୁସାରେ ଏହା କେବଳ ଏକ ଫୁଡ୍‌ ଡେଲିଭରି ଫାର୍ମ ଭାବେ ମାର୍କେଟ୍‌କୁ ଉହ୍ଲାଇବ ତା ନୁହେଁ ଏଥିସହିତହା ଏକ ଲଜିଷ୍ଟିକ୍‌ କମ୍ପାନୀ ରୁପେ ସ୍ଥାପିତ ହେବ ।

\