ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ, ସୁନାମୀ ପାଇଁ ଚୋତାବନୀ ଜାରି

ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ ପାଣିପାଗ ବିଭାଗ ପକ୍ଷରୁ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିବା କଥା ସୂଚନା ଦିଆଯାଇଛି । ଏହାପରେ ବିଭିନ୍ନ ଉପକୂଳରେ ସୁନାମୀ ପାଇଁ ଚୋତାବନୀ ଜାରି କରାଯାଇଛି ।

ଜାପାନରେ ଜୋରଦାର ଭୂମିକମ୍ପ ପରେ ବିଭିନ୍ ଉପକୂଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଛି । ଜାପାନର ଉତ୍ତର ଉପକୂଳରୁ କିଛି ଦୂରରେ ସମୁତ୍ର ଭିତରେ ୭.୬ ତୂବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା । ଏହି ଭୂମିକମ୍ପ ଆସିବା ପରେ ପୂର୍ବତ୍ତୋର ତଟରେ ସୁନାମୀ ଆଲର୍ଟ ଜାରି କରାଯାଇଛି ।ଏହାର ପାଣିପାଗ ବିଭାଗ ଅନୁସାରେ ୩ ମିଟର ଉଚ୍ଚତାର ସୁନାମୀ ଲହର ଆସିପାରେ । ଉପକୂଳ ଅଞ୍ଚଳରେ ଏଖ ମହଲା ଉଚ୍ଚର ଲହରୀ ଆସିପାରେ ବୋଲି ଚେତାବନୀ ଦିଆଯାଇଛି । ଇଶିକାବ ଅଞ୍ଚଳରେ ଲୋକଙ୍କ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ କୁହାଯାଇଛି। ସମସ୍ତ ଜରୁରୀ କାଳୀନ ସେବାକୁ ତୁରନ୍ତ ଲୋକଙ୍କ ପାଇଁ ଉପଲବ୍ଧ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଏ ପର୍ଯ୍ୟନ୍ଚ ଜନ ଜୀବନ କ୍ଷତିର କୌଣସି ସୂଚନା ଆସିନାହିଁ ।