ବ୍ରିଟେନରେ ଆଗାମୀ ପ୍ରଧାନମନ୍ତ୍ରୀ କିଏ ହେବ ତାହାକୁ ନେଇ କଞ୍ଜରଭେଟିଭ ପାର୍ଟିର ଭୋଟିଂ ଚାଲିଛି । ଦଳର ଯାହାକୁ ଅଧିକ ଭୋଟ ମିଳିବ ସେହିଁ ପରବର୍ତ୍ତି ପ୍ରଧାନମନ୍ତ୍ରୀ ହେବେ । ଏହି କ୍ରମରେ ପ୍ରଥମ ରାଉଣ୍ଡ ପରେ ଦ୍ବିତୀୟ ରାଉଣ୍ଡ ଭୋଟିଂ ବି ହୋଇଛି । ଯେଉଁମାନେ କମ ଭୋଟ ପାଉଛନ୍ତି ସେମାନେ ନିର୍ବାଚନରୁ ବାହାରି ଯାଉଛନ୍ତି । ତୃତୀୟ ରାଉଣ୍ଡ ଭୋଟିଂ ପାଇଁ ଏବେ ପାଂଚ ଜଣ ପ୍ରାର୍ଥୀ ରହିଛନ୍ତି । ଦ୍ବିତୀୟ ରାଉଣ୍ଡରେ ଋଷି ସୁନକ ପୁଣି ଥରେ ସର୍ବାଧିକ ଭୋଟ ପାଇଛନ୍ତି । କ୍ରମାଗତ ଭାବେ ଦ୍ୱିତୀୟ ରାଉଣ୍ଡର ଭୋଟିଂରେ ତାଙ୍କୁ ଭଲ ଭୋଟିଂ ମିଳିଛି । ଏହି ରାଉଣ୍ଡରେ ଋଷି ସୁନକଙ୍କୁ ୧୦୧ ସାଂସଦଙ୍କ ସମର୍ଥନ ମିଳିଛି । ଏବେ ବ୍ରିଟେନ୍ରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ୫ ଜଣ ଅଛନ୍ତି । ଗୁରୁବାର ୩୫୮ ସାଂସଦ ପ୍ରଧାନମନ୍ତ୍ରୀ ପଦବି ପାଇଁ ୬ ଜଣ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ଶେଷ ରାଉଣ୍ଡରେ କେବଳ ଜଣେ ପ୍ରାର୍ଥୀ ବିଜୟୀ ହେବେ । ସେ ହିଁ ପ୍ରଧାନମନ୍ତ୍ରୀ ହେବେ । ସୂଚନାଯୋଗ୍ୟ ପ୍ରଥମ ରାଉଣ୍ଡର ଭୋଟିଂରେ ସୁନକଙ୍କୁ ୨୫ ପ୍ରତିଶତ ନେତା ଅର୍ଥାତ ୮୮ ଖଣ୍ଡ ଭୋଟ ମିଳିଥିଲା ଏବଂ ସେ ଏହି ରାଉଣ୍ଡରେ ଶୀର୍ଷରେ ଥିଲେ । ତୃତୀୟ ରାଉଣ୍ଡରେ ମଧ୍ୟ ସୁନକ ଅଧିକ ଭୋଟ ପାଇବାର ସଂଭାବନା ରହିଛି । ତେବେ 4ର୍ଥ ଏବଂ 5ମ ରାଉଣ୍ଡରେ ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପାରେ ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post