ମଙ୍ଗଳବାର ସିଞ୍ଜୋ ଆବେଙ୍କର ହେବ ଅନ୍ତିମ ସଂସ୍କାର

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତିମ ସଂସ୍କାରରେ ବିଶ୍ବର ବହୁନେତା ଯୋଗଦେବେ । ଗତକାଲି ତାଙ୍କର ପାର୍ଥିବ ଶରୀରକୁ ରାଜଧାନୀ ଟୋକିଓକୁ ଅଣାଯାଇଛି । ସେଠାରେ ମଙ୍ଗଳବାର ସଂପୂର୍ଣ୍ଣ ବିଧିବିଧାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ବିଶ୍ବରେ ଆବେଙ୍କର ବହୁ ସମର୍ଥକ ଏହି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାର ସୂଚନା ମିଳିଛି ।

ସବୁଠୁ ବଡ଼ ପ୍ରଶ୍ନ ହେଲା, ଅସ୍ତ୍ରଶସ୍ତ୍ର ନେଇ ଅଭିଯୁକ୍ତ କିଭଳି ଆବେଙ୍କ ଠିକ୍‌ ପଛରେ ପହଞ୍ଚିଗଲା । ସେତେବେଳେ ଆବେଙ୍କ ସୁରକ୍ଷାରେ ନିୟୋଜିତ ଥିବା ଅଧିକାରୀ ତାଙ୍କ ଉପରେ ନଜର ରଖୁନଥିଲେ କି? ଯଦି ସେହି ଅଫିସରମାନେ ସକ୍ରିୟ ରହିଥାନ୍ତେ ତା’ ହେଲେ ସିଞ୍ଜୋଙ୍କୁ ଟାର୍ଗେଟ୍‌ କରୁଥିବା ଅଭିଯୁକ୍ତକୁ ଧରିପାରିଥାନ୍ତେ ।

ଜାପାନରେ ଭିଭିଆଇଙ୍କ ସୁରକ୍ଷା ଢ଼ିଲାକୁ ନେଇ ସୋସିଆଲ ମିଡିଆରେ ୟୁଜରମାନେ ତାଚ୍ଛଲ୍ୟ କରୁଛନ୍ତି । ଏପରି ଢ଼ିଲା ସୁରକ୍ଷା ଆଉ କେଉଁଠି ଦେଖିବାକୁ ମିଳେନାହିଁ ବୋଲି କୁହାଯାଉଛି । ଏବେ ଭିଭିଆଇପିଙ୍କ ସୁରକ୍ଷା ସଂପର୍କରେ ନୂଆ ଭାବେ ବିଚାର କରିବେ ଜାପାନ ସରକାର। ସବୁପ୍ରକାର ଜରୁରି ଓ କଡ଼ା ପଦକ୍ଷେପ ନିଆଯିବ ।