ପାକିସ୍ତାନକୁ ଆତଙ୍ଗବାଦ ସହ ସମ୍ପର୍କ ଛାଡିବାକୁ ଚେତାବନୀ ଦେଲେ ଏସ୍ ଜୟଶଙ୍କର
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜାତିସଂଘର ସାଧାରଣ ସଭାରେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି ପାକିସ୍ତାନ ଦଖଲ କରିଥିବା କଶ୍ମୀର (ପିଓକେ)ପ୍ରସଙ୍ଗର ସମାଧାନ ଏବେ କରିବାକୁ ପଡିବ। ସେ କହିଛନ୍ତି ଯେ ପାକିସ୍ତାନର ସୀମା ପାର୍ ଆତଙ୍କବାଦ ନୀତି କଦାପି ସଫଳ ହେବ ନାହିଁ ଏବଂ ପାକିସ୍ତାନର କାର୍ଯ୍ୟକଳାପ ନିଶ୍ଚିତ ଭାବେ ଓଲଟା ପରିଣାମ ଦେବବୋଲି ପିଓକେ ପ୍ରସଙ୍ଗରେ ଜୟଶଙ୍କର ଜାତିସଂଘରେକହିଛନ୍ତି | ସେ କହିଛନ୍ତି ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀଙ୍କୁ ନିଷେଧାଦେଶ ମଧ୍ୟ ରାଜନୈତିକ କାରଣରୁ ବାଧାପ୍ରାପ୍ତ ହେବ ନାହିଁ। ପାକିସ୍ତାନକୁ ଏଥିରେ କୌଣସି ପଡୋଶୀ ଦେଶର ସହାୟତା ମିଳିଲେ ମଧ୍ୟ କିଛି ଲାଭ ହେବ ନାହିଁ ବୋଲି ଜୟଶଙ୍କର ଚୀନ୍ ଉଦ୍ଦେଶ୍ୟରେ କହିଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ କେବଳ ଗୋଟିଏ ପ୍ରସଙ୍ଗର ସମାଧାନ ବାକି ଅଛି ଯେ ପାକିସ୍ତାନ ବେଆଇନ ଭାବେ ଅଧିକୃତ ଭାରତୀୟ ଅଞ୍ଚଳକୁ ଖାଲି କରି ଆତଙ୍କବାଦ ସହ ଦୀର୍ଘ ଦିନର ସମ୍ପର୍କ ଛାଡିବା ଉଚିତ କାରଣ ଆତଙ୍କବାଦ ବିଶ୍ବର ବିପରୀତ ଅଟେ।