୫ଟି ସହରରେ ଯୁଦ୍ଧ ଘୋଷଣା କଲା ରୁଷ

today-ceasefire-in-5-cities-of-ukraine

ମେଟ୍ରୋ ଟିଭି ଓଡିଶା ( ୮.୩ .୨୦୨୨) :

ଆଜି ପୁଣିଥରେ ୫ଟି ସହରରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ଗତକାଲି ୩ଟି ସହରରେ ଦ୍ଧ ବିରତି ଘୋଷଣା କରିବା ପରେ ଆଜି ୫ଟି ସହର ଉପରେ ରୁଷ ପକ୍ଷରୁ ଆକ୍ରମଣ ବନ୍ଦ ରହିବ । ୟୁକ୍ରେନର ଖାରକିଭ୍, ସୁମି, ମାରିଓପୋଲ, କିଭ୍ ଓ ଚେର୍ନିହିଭ୍ ରେ ସାମୟିକ ଭାବରେ ଯୁଦ୍ଧ ବିରତି ଘୋଷଣା କରିଛି ରୁଷ । ପାଖାପାଖି ୫୦ ମିନିଟ୍‌ ଧରି ମୋଦି ପୁଟିନଙ୍କ ସହ କଥା ହେବା ବେଳେ ସୁମିରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମୟରେ ପୁଟିନ ମଧ୍ୟ ମୋଦିଙ୍କ ଆଶ୍ୱାସନା ଦେଇଥିଲେ। ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବରେ ସହଯୋଗ କରିବେ ବୋଲି ସୂଚନା ରହିଛି। ଆଉ ଏହାପରେ ପୁଟିନ ଫୋର୍ସ ୫ ସହରରେ ସାମୟିକ ଯୁଦ୍ଧ ବିରତି ଘୋଷଣା କରିଛି।

ମିରେ ଏବେ ବି ପ୍ରାୟ ୭ଶହ ଭାରତୀୟ ଫସି ରହିଛନ୍ତି। କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ। ସୁମିରେ ଗୁଳିବର୍ଷା ଏବଂ ହିଂସା ଜାରି ରହିଛି। ଗମନାଗମନର କୌଣସି ସୁବିଧା ନଥିବାରୁ ସୁମିରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି। ଗତକାଲି ମଧ୍ୟ ସୁମି ସହର ପାଇଁ ସାମୟିକ ଯୁଦ୍ଧବିରତି ଘୋଷଣା କରାଯାଇଥିଲା। ଏହି ସମୟରେ ସୁମିରେ ଫଶି ରହିଥିବା ଭାରତୀୟ ୟୁକ୍ରେନ୍ ସୀମାକୁ ଯିବା ପାଇଁ ବସରେ ଚଢିଥିଲେ। ହେଲେ ଯୁଦ୍ଧ ବିରତିର ସମୟ ଶେଷ ହୋଇ ଯାଇଥିବାରୁ ସେମାନଙ୍କୁ ବସରୁ ଓହ୍ଲାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ଆସନ୍ତା ୧୦ ତାରିଖରେ ତୁର୍କୀ ନେତୃତ୍ୱରେ ରୁଷ-ୟୁକ୍ରେନ ମଧ୍ୟରେ ଏକ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଉପସ୍ଥିତ ରହିବେ। ଯୁଦ୍ଧ ପରେ ଅନେକ ଦେଶ ଦୁଇ ଦେଶ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ଉଭୟ ଦେଶର ରାଷ୍ଟ୍ରପତିଙ୍କ ସହ ବାରମ୍ବାର ଫୋନ୍‌ରେ କଥା ହେଉଛନ୍ତି। କିନ୍ତୁ ଏହାରି ଭିତରେ ତୁର୍କୀ ଦୁଇ ଦେଶକୁ ନିଜ ଦେଶର ଟେବୁଲ ଉପରକୁ ଡାକିଛି।