ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିଛି ରୁଷିଆ

ଏକାସାଙ୍ଗରେ ୟୁକ୍ରେନ୍‌ ଉପରେ ୧୫୦ରୁ ଅଧିକ ଡ୍ରୋନ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ୟୁକ୍ରେନ୍‌ର ବହୁତ କ୍ଷତି ପହଞ୍ଚିଥିବା ବେଳେ ଅନେକ ଅଞ୍ଚଳରୁ ବିଦ୍ୟୁତ୍‌ ଚାଲିଯାଇଛି। ଏନେଇ ୟୁକ୍ରେନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରୁଷିଆ ୟୁକ୍ରେନ ଉପରେ ୧୮୮ ଆକ୍ରମଣକାରୀ ଡ୍ରୋନ୍‌ ଚଳାଇଛି। ଉଭୟ ଦେଶ ମଧ୍ୟରେ ବିବାଦ ଆରମ୍ଭ ହେବା ପରଠାରୁ ଏହା ହେଉଛି ରୁଷିଆର ସବୁଠାରୁ ବଡ଼ ଡ୍ରୋନ୍‌ ଆକ୍ରମଣ। ମଙ୍ଗଳବାର ଏନେଇ ୟୁକ୍ରେନ୍‌ର ବାୟୁସେନା କହିଛି। ଏହାଛଡ଼ା ରୁଷିଆ୪ ଇସ୍କାଣ୍ଡର-ଏମ୍‌-ବାଲିଷ୍ଟିକ୍‌ ମିସାଇଲ୍‌ ମଧ୍ୟ ନିକ୍ଷେପ କରିଥିବା ବାୟୁସେନା କହିଛି।