ମେଟ୍ରୋ ଟିଭି ଓଡିଶା (୨୨.୨.୨୦୨୨) :
ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ହରିୟାଣା ସରକାର ଜେଡ ପ୍ଲସ ସିକ୍ୟୁରିଟି ପ୍ରଦାନ କରିଛନ୍ତି। ଖଲିସ୍ତାନ ସମର୍ଥକଙ୍କ ପକ୍ଷରୁ ରାମ ରହିମ ଜୀବନ ପ୍ରତି ବିପଦ ଥିବା ଗୃହ ମନ୍ତ୍ରଣାଳୟରୁ ସୂଚନା ମିଳିବା ପରେ ତାକୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି।

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ ଦଣ୍ଡ ଭୋଗୁଥିବା ରାମ ରହିମ ଏବେ ୨୧ ଦିନିଆ ପାରୋଲରେ ଜେଲରୁ ବାହାରକୁ ଆସିଛି। ସୂଚନାଯୋଗ୍ୟ, ସୁନାରିଆ ଜେଲରୁ ଆସିବା ପରେ ରାମ ରହିମକୁ ଗୁରୁଗ୍ରାମ ଡେରାରେ ରଖାଯାଇଛି।

ଏଠାରେ ରହିବାକୁ ତାକୁ ପ୍ରଶାସନ ପକ୍ଷରୁ ପାରୋଲ ମିଳିଛି। ପୁଲିସ ସୁରକ୍ଷା ଦୃଷ୍ଟିରୁ ଚାରିଆଡ଼େ ଜାଲ ଲଗାଯାଇଛି। ସେ ଛାତରେ ଯେପରି ଦେଖା ନଯିବ ସେଥିପାଇଁ ପରଦା ଲଗାଯାଇଛି। ପର୍ଯ୍ୟାୟକ୍ରମେ ଅନେକ ସିଆଇଡି ଅଧିକାରୀ ମୁତୟନ ହୋଇଛନ୍ତି ଓ ସେମାନେ ପ୍ରତ୍ୟେକ ମୁହୂର୍ତ୍ତର ରିପୋର୍ଟ ମୁଖ୍ୟାଳୟକୁ ପଠାଉଛନ୍ତି।