ମେଟ୍ରୋ ଟିଭି ଓଡିଶା (୧୬ .୩ . ୨୦୨୨) : ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଲେ ଏଲନ ମସ୍କ, ଯିଏକି ସ୍ପେସ୍ଏକ୍ସ ଏବଂ ଟେସ୍ଲାର ସିଇଓ। ଏବେ ଏଲନ ମସ୍କ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ମସ୍କ ଟ୍ଵିଟ୍ ଜରିଆରେ ତାଙ୍କୁ ସିଙ୍ଗଲ ଲଢ଼େଇ ପାଇଁ ଉସୁକାଇଛନ୍ତି ଏବଂ କହିଛନ୍ତି, ୟୁକ୍ରେନ ବାଜିରେ ରହିବ। ଯିଏ ଏହି ଲଢ଼ିବ ଜିତିବ, ୟୁକ୍ରେନ ତା’ର ହେବ। ଏହି ଟ୍ଵିଟ୍ ଉପରେ ହଜାର ହଜାର ୟୁଜର୍ସ କମେଣ୍ଟ କରିଛନ୍ତି। ନିଜର ଆଗାମୀ ଟ୍ଵିଟ୍ରେ ଟେସ୍ଲା ସିଇଓ ଏଲନ ମସ୍କ ଲେଖିଛନ୍ତି ଯେ ‘କ’ଣ ଆପଣ ଏହି ଫାଇଟ୍ ପାଇଁ ପ୍ରସ୍ତୁତ ଅଛନ୍ତି ରାଷ୍ଟ୍ରପତି ପୁଟିନ’? ଏହି ଟ୍ଵିଟ୍ ଉପରେ ରୁଷ ମହାକାଶ ଏଜେନ୍ସି ପ୍ରମୁଖ ଦିମିତ୍ରୀ ରୋଗୋଜିନ ରିପ୍ଲାଇ ଦେଇଛନ୍ତି।

ସେ ଲେଖିଛନ୍ତି, ‘ତୁମେ ଛୋଟ ଡେଭିଲ୍, ଏବେ ବି ଯୁବା ଅଛ, ମୋ ସହିତ ମୁକାବିଲା ଦୁର୍ବଳ ହେବ, ଏହା କେବଳ ସମୟର ଅପଚୟ ହେବ’। ପୁଣି ମସ୍କ ଏହା ଉପରେ କହିଛନ୍ତି, ‘ମୁଁ ଦେଖୁଛି କି, ଆପଣ ଟଫ୍ ନେଗୋସିଏଟର! ଠିକ୍ ଅଛି, ଆପଣଙ୍କ ପାଖରେ ପ୍ରତ୍ୟେକ ଭ୍ୟୁ ଭରଣା ୧୦% ଅଧିକ ହୋଇପାରେ’। ତେବେ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ପୁଟିନଙ୍କୁ ଟ୍ୟାଗ କରି ଏଲନ ମସ୍କ କମେଣ୍ଟ ସେକ୍ସନରେ ରୁଷରେ ଲେଖିଛନ୍ତି, ‘କ’ଣ ଆପଣ ଏହି ଲଢ଼େଇ ପାଇଁ ସହମତ ଅଛନ୍ତି’? ତେବେ ଏଲନ ମସ୍କ ଏକ ମିମ୍ ସେୟାର କରି ମଜାଳିଆ ଢଙ୍ଗରେ କହିଛନ୍ତି, ‘ସେ ନିଜ ଭାଲୁକୁ ବି ସାଥୀରେ ନେଇ ପାରିବେ’। କହି ରଖୁଛୁ, ମସ୍କ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବିରୋଧ କରୁଛନ୍ତି ଏବଂ ଟ୍ଵିଟ୍ରେ ନିଜ ଭାବନାକୁ ସ୍ପଷ୍ଟ କରି ଦେଇଛନ୍ତି। ଯେବେଠୁ ରୁଷ, ୟୁକ୍ରେନ ଉପରେ ଆକ୍ରମଣ କରିଛି, ସେବେଠାରୁ ସେ ୟୁକ୍ରେନ ଜନତାଙ୍କ ତରଫରୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି।