ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରୁଷ୍ ଆସିବାକୁ ନିମନ୍ତ୍ରଣ କଲେ ଭ୍ଲାଦିମିର୍ ପୁଟିନ୍
ଆସନ୍ତା ବର୍ଷ ବାର୍ଷିକ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ପରସ୍ପରକୁ ଭେଟିବେ । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପୁଟିନ୍ କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମର୍ଯ୍ୟାଦା ବିଷୟରେ ଜାଣୁ । ମୁଁ ତାଙ୍କ ମର୍ଯ୍ୟାଦା, ୟୁକ୍ରେନ୍ ଉପୁଜିଥିବା ପରିସ୍ଥିତି ସମେତ ଗୁରୁତ୍ବପୂର୍ଣ୍ଣ ତଥା ଜଟିଳ ପରିସ୍ଥିତି ପ୍ରତି ତାଙ୍କ ମନୋଭାବ କଥା କହୁଛି। କେଉଁ ପରିସ୍ଥିତି ଯୋଗୁଁ ଏ ଯୁଦ୍ଧ ହେଲା ସେ କଥା ମୁଁ ତାଙ୍କୁ ଥରକୁ ଥର କହିଛି। ଶାନ୍ତିପୂର୍ଣ୍ଣ ଭାବେ ଏହି ସମସ୍ୟାର ସମାଧାନ ନିମନ୍ତେ ସେ ଚାହୁଁଥିବା କଥା ବି ମୁଁ ଜାଣେ। ବିବୃତି ପ୍ରାରମ୍ଭରେ ଜୟଶଙ୍କର କହିଥିଲେ କି, ଦୁଇ ନେତା ପରସ୍ପର ସହିତ ସବୁବେଳେ ଯୋଗାଯୋଗ ରଖିଛନ୍ତି।