ଜାପାନର ପୂର୍ବତଟରେ ବଡ଼ ଧରଣର ଭୂକମ୍ପ

ଜାପାନରେ ଭୂମିକମ୍ପ । ଜାପାନର ପୂର୍ବତଟରେ ଆଜି ଏକ ବଡ଼ ଧରଣର ଭୂକମ୍ପ ଝଟକା ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୮ ରହିଥିବାବେଳେ, ଏହାର କେନ୍ଦ୍ରସ୍ଥଳ ସମୁଦ୍ର ଭିତରେ ପାଖାପାଖି ୧୦ କିଲୋମିଟର ଗଭୀରରେ ସୃଷ୍ଟି ହେଇଥିବା ଜଣାପଡ଼ିଛି । ତେବେ ଜାପାନରେ ଭୂମିକମ୍ପ ହେବା ପରେ ସେଠାରେ ସୁନାମୀ ନେଇ ଆଲର୍ଟ ଜାରି କରାଯାଇଛି ।ମିଳିଥିବା ସୂଚନା ମୁତାବକ, ଏହି ଭୂମିକମ୍ପ ସନ୍ଧ୍ୟା ପାଖାପାଖି ୫ଟା ୦୩ ମିନିଟରେ ହେଇଥିଲା । ଯାହାକି ପ୍ରଶାନ୍ତ ମହାସାଗର ଭିତରେ ସୃଷ୍ଟି ହେଇଥିଲା । ତେବେ ମିୟାକୋ ଏବଂ ୟମାଦା ଭଳି ଅଞ୍ଚଳରେ ୧ ମିଟର ଉଚ୍ଚର ଜୁଆର ଉଠିବା ନେଇ ଆଲର୍ଟ ଜାରି କରାଯାଇଛି । ଆଉ ଏଥିପାଇଁ ଚେତାବନୀ ମଧ୍ୟ ଜାରି କରାଯାଇଛି ।ତେବେ ଖୁସିର କଥା ହେଉଛି, ଏହି ଭୂମିକମ୍ପରେ ସେତେ ବେଶୀ କ୍ଷୟକ୍ଷତି ହେଇନି । କେଉଁ ଅଞ୍ଚଳରୁ ମୃତ୍ୟୁ କିମ୍ବା କିଏ ବି ଆହତ ହେବା ନେଇ ସୂଚନା ମିଳିନି । ତେବେ କିଛି ଜାଗାରେ କେବଳ ଛୋଟ ମୋଟ ଧରଣର ଅଘଟଣ ଘଟିବା ନେଇ ସୂଚନା ରହିଛି । ତେବେ ବୈଜ୍ଞାନିକଙ୍କ କହିବା କଥା, ଏହି କ୍ଷେତ୍ରରେ ଭୂମିକମ୍ପ ଏକ ସାଧାରଣ କଥା । ତେଣୁ ଏଥିପାଇଁ ସତର୍କ ରହିବା ଜରୁରି ।ତେବେ ମୁଖ୍ୟ ଭୂମିକମ୍ପ ପରେ ଅତି କମରେ ଗୋଟିଏ ୫.୧ ତୀବ୍ରତାର ପରବର୍ତ୍ତୀ ଝଟକା ଅନୁଭୂତ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଅତି କମରେ ୫.୦ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ସାତଟି ଭୂମିକମ୍ପ ରେକର୍ଡ କରାଯାଇଛି। ଛୋଟ ଭୂମିକମ୍ପର ସଂଖ୍ୟା ଆହୁରି ଅଧିକ ହୋଇପାରେ। ଜାଣିରଖିବା ଉଚିତ ଯେ, ଜାପାନ ରିଙ୍ଗ୍ ଅଫ୍ ଫାୟାର ଭାବେ ବେଶ ପରିଚିତ । ଏଠାରେ ଟେକ୍ଟୋନିକ୍ ପ୍ଲେଟ୍, ଓଖୋଟସ୍କ ପ୍ଲେଟ୍ ତଳେ  ରହିଛି । ତେଣୁ ଏହି କାରଣରୁ ସେଠାରେ ଅଧିକାଂଶ ସମୟରେ ଭୂମିକମ୍ପ ଦେଖିବାକୁ ମିଳିଥାଏ ।

Leave a comment