ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ , ୧୭ ଜଣ ଆଫଗାନିସ୍ତାନ ନାଗରିକ ମୃତ

ପାକିସ୍ତାନ ଆଫଗାନିସ୍ତାନ ଉପରେ ଏକ ବଡ଼ ଏୟାରଷ୍ଟ୍ରାଇକ୍ କରିଛି । ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନରେ ପଶି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଆକ୍ରମଣଗୁଡ଼ିକ ଆଫଗାନିସ୍ତାନର ଘନି ଖେଲୋ ଏବଂ ଗରଦା ସାମିଆ ଜିଲ୍ଲାରେ ହୋଇଥିବା ଜଣାପଡିଛି । ଯେଉଁ ଆକ୍ରମଣରେ ସାଧାରଣ ନାଗରିକଙ୍କ ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଇଛି । ଫଳରେ ୧୭ ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ, ପାକିସ୍ତାନୀ ସେନା ଏକ ବିମାନ ଆକ୍ରମଣ ସମୟରେ ପାକଟିକାର ବାରମଲ୍ ଜିଲ୍ଲାରେ ଏକ ମଦ୍ରାସାକୁ ଟାର୍ଗେଟ କରିଥିଲା । ଏହି ଆକ୍ରମଣରେ ମଦ୍ରାସା ସମ୍ପୂର୍ଣ୍ଣ ଧ୍ୱଂସ ପାଇଯାଇଥିଲା । ଉରଗୁନ୍ ଜିଲ୍ଲା ସହିତ ନଙ୍ଗରହାରର ଖୋଗିଆନି, ବେହସୁଦ୍ ଏବଂ ଘନି ଖେଲ ଜିଲ୍ଲାରେ ମଧ୍ୟ ଏୟାରଷ୍ଟ୍ରାଇକ୍ କରିଥିଲା ।

ଏହାରି ମଧ୍ୟରେ ଆଫଗାନିସ୍ତାନ ସୀମା ଆରପାରିରେ ୭ଟି ଆତଙ୍କବାଦୀ ଶିବିର ଏବଂ ଆଡ୍ଡାକୁ ଟାର୍ଗେଟ କରି ବିମାନ ଆକ୍ରମଣ କରିଛି ବୋଲି ପାକିସ୍ତାନ ଦାବି କରିଛି । ପାକିସ୍ତାନ କହିଛି ଯେ, ଏହି ଆଡ୍ଡାଗୁଡ଼ିକ ତେହରିକ-ଏ-ତାଲିବାନ ପାକିସ୍ତାନ ଏବଂ ଇସଲାମିକ୍ ଷ୍ଟେଟ୍-ଖୋରାସାନ ସହିତ ଜଡିତ ବ୍ୟକ୍ତିମାନଙ୍କର ଥିଲା ।  ଆହୁରି ମଧ୍ୟ ପାକିସ୍ତାନ କହିଛି ଯେ, ଇସଲାମାବାଦ, ବାଜୌର ଏବଂ ବାନୁର ଇମାମ ବାରଗାରେ ହୋଇଥିବା ବିସ୍ଫୋରଣ ସମେତ ସମ୍ପ୍ରତି ଆତ୍ମଘାତୀ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନ୍ୟପଟେ ପାକିସ୍ତାନ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ଯାଞ୍ଚର ସମ୍ମୁଖୀନ ହୋଇଆସୁଛି ।

Leave a comment