ଆଜି ବିଶ୍ବ ତମାଖୁମୁକ୍ତ ଦିବସ । ତମାଖୁ ସେବନର କୁପ୍ରଭାବରେ ହୃଦ୍ରୋଗ, ଶ୍ୱାସଜନିତ ରୋଗ, ମଧୁମେହ, ମସ୍ତିଷ୍କାଘାତ ଭଳି ବିଭିନ୍ନ ରୋଗ ହୋଇଥାଏ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ତମାଖୁମୁକ୍ତ ଶୈଶବ’। ଏହାର ଅର୍ଥ, ଶିଶୁଙ୍କୁ ତମାଖୁଠାରୁ ଦୂରେଇ ରଖିବା। ତମାଖୁ ସେବନ ତଥା ଏହାର କାରବାରକୁ କମାଇବା ଏହାର ଲକ୍ଷ୍ୟ। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ ତଥା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ତଥ୍ୟ କହୁଛି, ୧୫ ବର୍ଷ ବା ତା’ଠାରୁ କମ୍ ବୟସର ଶିଶୁମାନେ ତମାଖୁ ସେବନ କରୁଛନ୍ତି। ଗ୍ଲୋବାଲ ଆଡଲ୍ଟ ତମାଖୁ ସର୍ଭେ-୨ ଅନୁଯାୟୀ ଓଡ଼ିଶାରେ ୫୫.୯ ପ୍ରତିଶତ ପୁରୁଷ ଓ ୨୨.୪ ପ୍ରତିଶତ ମହିଳା ତମାଖୁ ସେବନ କରୁଛନ୍ତି। ୯.୭ ପ୍ରତିଶତ ଲୋକ ଧୂମଯୁକ୍ତ ତମାଖୁ ସେବନ କରୁଥିବାବେଳେ ୩୪.୬ ଲୋକ ଧୂମହୀନ ତମାଖୁ ସେବନ କରୁଛନ୍ତି। ସର୍ଭେ ଅନୁଯାୟୀ, ସହରାଞ୍ଚଳଠାରୁ ଗ୍ରାମାଞ୍ଚଳରେ ତମାଖୁ ସେବନକାରୀଙ୍କ ସଂଖ୍ୟା ବଢିଚାଲିଛି।
Trending
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
Prev Post
Next Post