ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବଡ଼ ଧରଣର ଡ୍ରୋନ୍ ଆଟାକ୍
ଆମେରିକା-ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ସୋମବାର ସକାଳୁ ସକାଳୁ ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ବଡ଼ ଧରଣର ଡ୍ରୋନ୍ ଆଟାକ୍ ହୋଇଛି । ଏହି ଆକ୍ରମଣରେ ଏୟାରପୋର୍ଟ ନିକଟରେ ଥିବା ଏକ ଇନ୍ଧନ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ଚାରିଆଡେ ଆତଙ୍କ ଖେଳି ଯାଇଛି । ରନୱେରେ ବିମାନ ଗୁଡିକ ଅଟକି ରହିଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଟିମ୍ ତୁରନ୍ତ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ସୋସିଆଲ ମିଡିଆରେ ବିସ୍ଫୋରଣର ଭିଡିଓ ଭାଇରଲ ହେଉଛି।
ଆକ୍ରମଣ ପରେ ଦୁବାଇ ଏୟାରପୋର୍ଟରେ ବିମାନ ଚଳାଚଳକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି । ଦୁବାଇ ମିଡିଆ ଅଫିସର ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ସିଭିଲ୍ ଡିଫେନ୍ସ ଟିମ୍ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଏଯାଏଁ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।
ୟୁଏଇର ତିନୋଟି ପ୍ରମୁଖ ବନ୍ଦର ଖାଲି କରିବାକୁ ଇରାନ ଚେତାବନୀ ଦେବାର ଠିକ୍ ୨୪ ଘଣ୍ଟା ପରେ ଏହି ଆକ୍ରମଣ ହୋଇଛି । ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ୧ ଓ ମାର୍ଚ୍ଚ ୭ ତାରିଖରେ ଦୁବାଇ ଏୟାରପୋର୍ଟ ଏବଂ ପ୍ରସିଦ୍ଧ ବୁର୍ଜ ଅଲ୍ ଆରବ ହୋଟେଲ ଉପରେ ଆକ୍ରମଣ ହୋଇଥିଲା ।