ମେଟ୍ରୋ ଟିଭି ଓଡିଶା (୨୮ .୨.୨୦୨୨) :
ରୁଷ-ୟୁକ୍ରେନର ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ଥିବା ସହ ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିକୁ ନେଇ ଆଲୋଚନା କରାଯାଉଛି। ବୈଠକରେ ୟୁକ୍ରେନ୍ ପଡୋଶୀ ଦେଶକୁ ୪ କେନ୍ଦ୍ରମନ୍ତ୍ରୀ ଗସ୍ତ କରିବେ ବୋଲି ଜଣାପଡିଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ,ହରଦୀପ ସିଂ ପୁରୀ, କିରଣ ରିଜିଜୁ,ଜେନେରାଲ ଭି.କେ ସିଂହ ପଡୋଶୀ ରାଷ୍ଟ୍ରକୁ ଛାତ୍ରଛାତ୍ରୀଙ୍କ ସାହାଯ୍ୟ କରିବା ପାଇଁ ଗସ୍ତ କରିବେ।

ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ ଯୋଜନା କରାଯାଉଛି। ଏହାସହ ୟୁକ୍ରେନ୍ ରୁ ଭାରତୀୟଙ୍କୁ ଉଦ୍ଧାର ପ୍ରକ୍ରିୟା ଆହରୁ ତ୍ୱରାନ୍ୱିତ କରାଯିବ। ‘ମିଶନ ଗଙ୍ଗା ଜରିଆରେ’ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶ ଅଣାଯାଉଛି। ୟୁକ୍ରେନ ପସଙ୍ଗକୁ ନେଇ ଏହା ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ବୈଠକ।ଅନ୍ୟପଟେ ୟୁକ୍ରେନରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରବିବାର ଏକ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ‘ଆପଗଙ୍ଗା ହେଲ୍ପଲାଇନ’ ଲଞ୍ଚ କରିଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏହି ଅପରେସନ୍ ର ନାମ ‘ଅପରେସନ୍ ଗଙ୍ଗା’ ରଖାଯାଇଛି | ଭାରତ ପୂର୍ବରୁ ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ଏବଂ ସ୍ଲୋଭାକିଆରେ କଣ୍ଟ୍ରୋଲ ରୁମ ସ୍ଥାପନ କରିସାରିଛି । ଯାହା ଦ୍ୱାରା ଏହି ଦେଶଗୁଡିକର ସୀମା ଦେଇ ୟୁକ୍ରେନ ଭାରତୀୟମାନଙ୍କୁ ସ୍ଥାନାନ୍ତର କରାଯାଇପାରିବ।