ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମ ମୁହସିନ ହେଣ୍ଡ୍ରିକ୍ସଙ୍କୁ ହତ୍ୟା

ବିଶ୍ୱର ପ୍ରଥମ ସମଲିଙ୍ଗୀ ଇମାମ ମୁହସିନ ହେଣ୍ଡ୍ରିକ୍ସଙ୍କୁ ରବିବାର ଦକ୍ଷିଣ ଆଫ୍ରିକାର ଗକେବରହା ସହରରେ ଗୁଳିକରି ହତ୍ୟା କରାଯାଇଛି। ୧୯୯୬ରେ ବିଶ୍ୱର ପ୍ରଥମ ଇମାମ ଭାବେ ସେ ସର୍ବସାଧାରଣରେ ନିଜ ସମଲିଙ୍ଗୀ ପରିଚୟକୁ ସ୍ବୀକାର କରିଥିଲେ। ମୁହସିନ ଗକେବରହା ସହରସ୍ଥିତ ବେଥେଲ୍‌ଡର୍ପଠାରେ ନିଜ ଡ୍ରାଇଭରଙ୍କ ସହ କାର୍‌ରେ ଯାଉଥିବାବେଳେ ଅନ୍ୟ ଏକ କାର୍‌ରେ ୨ ଜଣ ଅଚିହ୍ନା ବ୍ୟକ୍ତି ଆସି ତାଙ୍କୁ ଅଟକାଇବା ସହ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତେବେ ଏହି ଗୁଳିକାଣ୍ଡରୁ ମୁହସିନଙ୍କ
ଡ୍ରାଇଭର ବର୍ତ୍ତି ଯାଇଛନ୍ତି। ହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବା ଇଷ୍ଟର୍ନ କେପଟାଉନ ପୋଲିସ ସୂଚନା ଦେଇଛି। ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି।