ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲର ଜନେଇରୋରେ ମୋଦି
ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲର ରିଓ ଡି ଜନେଇରୋରେ ପହଞ୍ଚତ୍ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍ଭା ଏବଂ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁରେରେସ୍ଙ୍କ ସମେତ ଅନେକ ବିଶ୍ୱନେତାଙ୍କୁ ଭେଟିଛନ୍ତି। ନାଇଜେରିଆ ଗସ୍ତ ପରେ ବ୍ରାଜିଲରେ ପହଞ୍ଚତ୍ଥିବା ମୋଦିଙ୍କୁ ରିଓ ଡି ଜନେଇରୋରେ ପ୍ରବାସୀ ଭାରତୀୟମାନେ ସଂସ୍କୃତ ଶ୍ଳୋକ ଗାଇ ସ୍ବାଗତ କରିଥିଲେ ।