ଲେବାନନ ଓ ଗାଜା ଉପରେ ଇସ୍ରାଏଲର ବୋମା ବର୍ଷା
ଲେବାନନ ଓ ଗାଜା ଉପରେ ଆକ୍ରମଣ ଜାରୀ ରଖିଛି ଇସ୍ରାଏଲ । ଗତ କାଲି ମଧ୍ୟ ରାତିରେ ଦକ୍ଷିଣ ଲେବାନନରେ ରକେଟ ମାଡ କରିଛି ମୋସାଦ, ଆଉ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୩୧ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଲେବନାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ବାଲବେକ୍-ହର୍ମେଲ ଅଞ୍ଚଳକୁ ଟାର୍ଗେଟ କରି ଇସ୍ରାଏଲର ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି, ଯେଉଁଥିରେ କ୍ନାଇସେହ ଅଞ୍ଚଳର ୧୧ ଜଣ ଅଛନ୍ତି ଏବଂ ୧୪ ଜଣ ଆହତ ହୋଇଛନ୍ତି । ଖାଲି ଲେବାନନ ନୁହେଁ ଗାଜାରେ ମଧ୍ୟ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ ଅର୍ଥାତ ଗୋଟେ ରାତିରେ ଦୁଇ ଶତ୍ରୁଙ୍କ ବିପକ୍ଷରେ ଆକ୍ରମଣକୁ ଜୋରଦାର କରିଛି ଇସ୍ରାଏଲ ସେନା । ସେପଟେ ଗାଜାରେ ଇସ୍ରାଏଲ ଆକ୍ରମଣରେ ୨ଜଣ ପାଲେଷ୍ଟିନ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି ।